
ଧର୍ମଶାଳା,୨୯ଜୁଲାଇ(ହି.ସ.) : ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ସଭାଗୃହ ପରିସରରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଅମୂଲ୍ୟ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମବରଦାର ପ୍ରାକ୍ତନ ସରପଂଚ ବିପନ ବିହାରୀ ଦେଓ ଓ ମୁଖ୍ୟବକ୍ତାଭାବେ ଶିକ୍ଷା ବିଭାଗର ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ ଯୋଗ ଦେଇ ମହିଳାଟିଏ ଆଜି ବିଭିନ୍ନ କ୍ଷେତ୍ରରେ ନିର୍ଯ୍ୟାତିତ । ରାସ୍ତାରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହେଉଛି । ତେଣୁ ଝିଅଟିଏ ଆତ୍ମରକ୍ଷା କୌଶଳ ଶିଖିଲେ ମାନସିକ ଓ ଶାରିରୀକ ଭାବେ ସଶକ୍ତ ହେବ । ସରକାରଙ୍କ ‘ଶକ୍ତିଶ୍ରୀ’ ଯୋଜନା ଛାତ୍ରୀମାନଙ୍କ ଶକ୍ତି ବୃଦ୍ଧିରେ ସହାୟକ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ରଶ୍ମିତା ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ସଂଜୟ କୁମାର ଦାସ,ବାବୁଲା ରଣା,ଶିବ ପ୍ରସାଦ ସାହୁ,ବିନୟ ରାଉତ,ଅଧ୍ୟାପିକା ରୂପାଲି ଋତୁପୂର୍ଣ୍ଣା ସାମଲ ଓ ସାଗରିକା ଦାସ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ବିବେକାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ