ବନ୍ୟାରେ ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ
ଭୁବନେଶ୍ୱର, 29 ଜୁଲାଇ (ହି.ସ.) ରାଜ୍ୟର ବର୍ଷା ବିପଦକୁ ନେଇ ରାଜୀବ ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ସଚିବ, ଏସଆରସି, ପାଣିପାଗ ବିଭାଗର ବରିଷ୍ଠ ଅଧ
ବନ୍ୟାରେ ୬ ଜିଲ୍ଲାର ୪୪     ବ୍ଲକ ପ୍ରଭାବିତ


ଭୁବନେଶ୍ୱର, 29 ଜୁଲାଇ (ହି.ସ.) ରାଜ୍ୟର ବର୍ଷା

ବିପଦକୁ ନେଇ ରାଜୀବ ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ସଚିବ, ଏସଆରସି, ପାଣିପାଗ

ବିଭାଗର ବରିଷ୍ଠ ଅଧିକାରୀ ସାମିଲ।

ବନ୍ୟାରେ ୬ ଜିଲ୍ଲାର ୪୪

ବ୍ଲକ ପ୍ରଭାବିତ ହୋଇଛି । ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି ସୂଚନା । ବାଲେଶ୍ବରର

୧୨, ଭଦ୍ରକର

୫, ଢେଙ୍କାନାଳର

୮ଟି ବ୍ଲକ, ଯାଜପୁରର ୩, ମୟୂରଭଞ୍ଜର ୧୩,

ସମ୍ବଲପୁରର ୩ ବ୍ଲକ୍

ପ୍ରଭାବିତ ହୋଇଛି । ମୋଟ ୨୩୩ ପଞ୍ଚାୟତର ୭୪୮ ଗାଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ୨

ଲକ୍ଷ ୩ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛି । ଢେଙ୍କାନଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ

ଘଟିଥିବା ସୂଚନା ହୋଇଛି । ପ୍ରାୟ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 7 ହଜାର 900

ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । 761 କଚା ଘର ଭାଙ୍ଗିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande