ଉପଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସାହି ବାସିନ୍ଦା
ଜୟପୁର, ୨୯ ଜୁଲାଇ (ହି.ସ.)- ଜୟପୁର ଉପ ଜିଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରିଙ୍କ ଦ୍ୱାରସ୍ଥ ହୋଇ ଉଦ୍ଦେଶ୍ୟ ମୁଳକ ଭାବେ ନୁତନ ଭାବେ ଗଠିତ ୨୪୩ ନମ୍ବର ବୁଥରୁ ଦୋଳମଣ୍ଡପ ସହିକୁ ହଟାଇ ପାଞ୍ଜିଆ ଲାଇନକୁ ଯୋଡି ଦିଆଯାଇଥିବା ନେଇ ଦାବି ପତ୍ର ପ୍ରଦାନ କଲେ ସାହି ବାସିନ୍ଦା । ଉକ୍ତ ଦାବି ପତ୍ରରେ ଉଲ୍
ଉପଖଣ୍ଡ ନିବାଚନ ଅଧିକାରି ଙ୍କ ଦ୍ୱାରସ୍ଥ ହେଲେ ସାହି ବାସିନ୍ଦା


ଜୟପୁର, ୨୯ ଜୁଲାଇ (ହି.ସ.)- ଜୟପୁର ଉପ ଜିଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରିଙ୍କ ଦ୍ୱାରସ୍ଥ ହୋଇ ଉଦ୍ଦେଶ୍ୟ ମୁଳକ ଭାବେ ନୁତନ ଭାବେ ଗଠିତ ୨୪୩ ନମ୍ବର ବୁଥରୁ ଦୋଳମଣ୍ଡପ ସହିକୁ ହଟାଇ ପାଞ୍ଜିଆ ଲାଇନକୁ ଯୋଡି ଦିଆଯାଇଥିବା ନେଇ ଦାବି ପତ୍ର ପ୍ରଦାନ କଲେ ସାହି ବାସିନ୍ଦା । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଜୟପୁର ପୌରାଂଚଳର ୨୫ ନମ୍ବର ଓାର୍ଡବାସୀ ଦେଖି ଜଣାଇଛନ୍ତି ଯେ ବୁଥ୍ ପୁନଃଗଠନ ବେଳେ ଉଦ୍ଦେଶ୍ୟ ମୁଳକ ଭାବେ ଓାର୍ଡର ଭୋଟର ତାଲିକାରୁ ଦୋଳଣ୍ଡପ ସାହିକୁ ହଟାଇ ଦିଆଯାଇ ପାଞ୍ଜିଆ ଲେନକୁ ଯୋଡି ଦିଆଯାଇଛି । ଏହି ବିଷୟ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପ୍ରକାଶନ ତାରିଖ ୫.୭.୨୬ ଭାଗ ନଂ ୨୪୩ର ଡ୍ରାଫଟ ଭୋଟର ଲିଷ୍ଟ ରୁ ଜଣାପଡିଛି । ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଜୟପୁର ପୌରପାଳିକାର ୨୫ ନମ୍ବର ଓାର୍ଡର ଚନ୍ଦନବାଡ ସାହି, ଦୋଳଣ୍ଡପ ସାହି, ମହାନ୍ତି ସାହି, ଜାମ୍ବବାଡ ସାହି, ଓ ଚନ୍ଦନବାଡ ସାହି ଭୋଟର ଙ୍କୁ ସାମିଲ କରି ୨୦୪ ନମ୍ବର ବୁଥର ପୁବରୁ ଉଲ୍ଲେଖ ଥିବା ସାହି ବାସିନ୍ଦା ମାନେ ମତ ଦାନ କରୁଥିଲେ । ବର୍ତମାନ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ଏଥି ପାଇଁ ନିଦ୍ଦିଷ୍ଟ ନିୟମବାଳୀ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଛି । ବୁଥ ପୁନର୍ଗଠନ କରିବା ବେଳେ ଜୟପୁର ପୌରପରିଷଦ ତରଫରୁ କୌଣସି ପ୍ରକାର ସର୍ଭେ କରାନଯାଇ ବ୍ୟକ୍ତି ବିଶେଷ କିମ୍ବା ରାଜନୈତିକ ଦଳର ପ୍ରେରଣାରେ ପୁର୍ବରୁ ୨୦୪ ନମ୍ବର ବୁଥରେ ଥିବା ଦୋଳ ମଣ୍ଡପ ସାହିକୁ ହଟାଇ ଦିଆଯାଇ ନୂତନ ଭାବେ ସୃଷ୍ଟି କରାଯାଇଥିବା ବୁଥ ନମ୍ବର ୨୪୩ ରେ ସ୍ଥାନିତ କରାଯାଇ ନାହିଁ । ନୁତନ ପୁଥ ୨୪୩ ଦୋଳମଣ୍ଡପ ସାହିକୁ ହଟାଇବା ପରେ ପୁନଃ ଗଠନ ପୁର୍ବରୁ ୨୪ ନଂ ଓାର୍ଡରେ ରହିଥିବା ପାଞ୍ଜିଆ ଲାଇନର ଭୋଟର ତାଲିକାକୁ ବର୍ତମାନ ଯୋଡି ଦିଆଯାଇଛି । ଦୋଳ ଣ୍ଡପ ସାହିର ଭୋଟର ସଂଖ୍ୟା ଯେତିକି ରହିଛି ତାହା ଠାରୁ ପାଞ୍ଜିଆ ଲାଇନର ଭୋଟର ସଂଖ୍ୟା ଅଧିକ ରହିଛି । ଏଣୁ ପାଞ୍ଜିଆ ସାହିକୁ ନୁତନ ୨୪୩ ବୁଥରେ ଯୋଡିବାର କୌଣସି ଯଥାର୍ଥ ନାହିଁ ବୋଲି ଦଳୋ ମଣ୍ଡପ ସାହି ବାସିନ୍ଦା ଅନୁଭବ କରୁଛନ୍ତି । ୨୫ ନମ୍ବର ଓାର୍ଡର ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କଲେ ଦୋଳ ମଣ୍ଡପ ସାହି ଓାର୍ଡର ମଧ୍ୟ ଭାଗରେ ଅବସ୍ଥିତ ରହିଛି । ବୁଥ୍ ପୁନଗଠନ ସମୟରେ ୨୫ ନମ୍ବର ଓାର୍ଡର ପାଶ୍ୱରେ ରହିଥିବା କୌଣସି ସାହିର ଭୋଟର ତାଲିକା ପରିବର୍ତନ କରାଯାଇ ପାରନ୍ତା । କିନ୍ତୁ ଓାର୍ଜର ମଧ୍ୟ ଭାଗରେ ଥିବା ଏକ ଦୋଳମଣ୍ଡପ ସାହିକୁ ନୁତନ ବୁଥ ୨୪୩ ହଟାଇବା ପଛରେ ନିଶ୍ଛତ ଭାବେ ଏକ ଷଡଯନ୍ତ୍ର ହୋଇଥିବା ସ୍ପଷ୍ଟ ହେଉଛି । ଉଦ୍ଦେଶ୍ୟମୁଳକ ଏବଂ ରାଜନୈତିକ ଉଦ୍ଦେଶ୍ୟରେ ୨୫ ନମ୍ବର ଓାର୍ଡରୁ ଦୋଳଣ୍ଡପ ସାହିର ଭୋଟର ମାନଙ୍କୁ ନୁତନ ବୁଥ ୨୪୩ ବୁଥ ଗଠନ ସମୟରେ ହଟାଯାଇଥିବାରୁ ସମଗ୍ର ଓାର୍ଡ ବାସୀ ତୀବ୍ର ବିରୋଧ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୫ ନଂ ଓାର୍ଡର ପୁବରୁ ଯେଉଁ ଭଳି ଦୋଳମଣ୍ଡପ ଭୋଟରଙ୍କ ତାଲିକା ରହିଥିଲା ସଂପ୍ରତି ନୁତନ ବୁଥରେ ସେ ମାନଙ୍କୁ ହଟାଇବା ନିଷ୍ପତିକୁ ପ୍ରଶାସନ ପରିବର୍ତନ କରିବାକୁ ଅନୁରୋଧ କରାଯାଇଛି । ନୂତନ ବୁଥ ୨୪୩ରୁ ପାଞ୍ଜିଆ ସାହିର ଭୋଟର ତଲିକା ହଟାଇ ପୁନବାର ଦୋଳମଣ୍ଡପ ସାହିର ଭୋଟର ତାଲିକା ଯୋଡିବା ପାଇଁ ମୁନା ମହାପାତ୍ର, ଦିନବନ୍ଧୁ ନାୟକ, ରମେଶ ପାଣିଗ୍ରାହୀ, କନ୍ଦ୍ରପ ପାଣିଗ୍ରାହୀ, ଶିବ ରାମ ପଣ୍ଡା ପ୍ରମୁଖ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande