କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ କର୍ମଶାଳା ଉଦଘାଟିତ
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)-ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ଦକ୍ଷତା ବିକାଶ କର୍ମଶାଳା ବୁଧବାର ଉଦ୍ଘାଟିତ ହୋଇଯାଇଛି। ଆଜିର କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ରମାଦେବୀ ମ
କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ କର୍ମଶାଳା ଉଦଘାଟିତ


ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)-ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ଦକ୍ଷତା ବିକାଶ କର୍ମଶାଳା ବୁଧବାର ଉଦ୍ଘାଟିତ ହୋଇଯାଇଛି।

ଆଜିର କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି ରାଉତ, ଆଇଆଇଟି ମାଡ୍ରାସର ଶିକ୍ଷାବିତ୍ ଏସ. ନିଥି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଅତିରିକ୍ତ ଶାସନ ସଚିବ ଧରଣୀଧର ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୋଗ, କୃତ୍ରିମ ବୁଦ୍ଧିମତା ଉପରେ ଉଚ୍ଚକୋଟୀର ଗବେଷଣା ଏବଂ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତ୍,ଗବେଷକ, ପ୍ରଶାସନିକ ଅଧିକାରୀମାନେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଯେପରି ଦକ୍ଷ ହୋଇପାରିବେ ଏବଂ ଏହାର ସଠିକ କାର୍ଯ୍ୟାନ୍ୱୟନ କରିପାରିବେ, ସେ ଦିଗରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।

କର୍ମଶାଳାର ପ୍ରଥମ ଦିନରେ କୃତ୍ରିମ ବୁଦ୍ଧିମତାର ବେସିକ୍ କନସେପ୍ଟ, ଶିକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗିତା ଏବଂ ବିଭିନ୍ନ ଫ୍ରି ଏଆଇ ମୋବାଇଲ ଆପ୍ ସମ୍ବନ୍ଧରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇବା ସହ ଏଆଇର ସଠିକ କାର୍ଯ୍ୟାନ୍ୱୟନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତା ଦକ୍ଷତା ବିକାଶ କର୍ମଶାଳା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande