ସାଉଦି ଆରବରୁ ଫେରି ଶିଳ୍ପ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଳୟ
ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ସାଉଦି ଆରବରେ ଫସିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ର ଓଡିଶା ଫେରିଛନ୍ତି। ଏଥିପାଇଁ ସେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ହିଁ ସେ ଏତେଶୀଘ୍ର ଘରକୁ ଫେରିଥିବ
yjik


ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ସାଉଦି ଆରବରେ ଫସିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ର ଓଡିଶା ଫେରିଛନ୍ତି। ଏଥିପାଇଁ ସେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ହିଁ ସେ ଏତେଶୀଘ୍ର ଘରକୁ ଫେରିଥିବା କହିଛନ୍ତି। ପ୍ରଳୟ ଏବଂ ତାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି କୃତଜ୍ଞତା ଜଣାଇଛନ୍ତି। ଏହାସହ ତ୍ୱରିତ ହସ୍ତକ୍ଷେପ ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଜେଦ୍ଦାହସ୍ଥିତ ଭାରତୀୟ ଦୂତାବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜଗତସିଂହପୁର ଜିଲ୍ଲାର ପ୍ରଳୟ ରଞ୍ଜନ ମହାପାତ୍ର ଗତ ୨୪.୦୫.୨୦୨୪ରେ ସାଉଦି ଆରବ ଯାଇଥିଲେ । ସେଠାରେ ସେ 'ମଜାଦ୍ ଅଲ୍-ହରବି' କୋ. ନାମକ ଏକ କମ୍ପାନୀରେ ହୁଇଲ୍ ଲୋଡର୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଗତ ୩୦.୦୪.୨୦୨୬ରେ ଉକ୍ତ କମ୍ପାନୀ ଏବଂ ପ୍ରଳୟ ରଞ୍ଜନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅବଧି ଶେଷ ହୋଇଥିଲା। କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପ୍ରଳୟଙ୍କୁ ଭାରତ ଫେରିବାକୁ ଅନୁମତି ଦେଉନଥିଲେ। ପ୍ରଳୟଙ୍କ ମାଆ ପ୍ରତିମା ସେଠୀ ଏନେଇ ମନ୍ତ୍ରୀଙ୍କୁ ଜଣାଇବା ସହ ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande