ସୁବର୍ଣ୍ଣପୁର ପୋଲିସର ‘ନିଶାମୁକ୍ତ ଅଭିଯାନ’; ଗଞ୍ଜେଇ ଓ ବେଆଇନ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ସୁବର୍ଣପୁର, 03 ଜୁଲାଇ (ହି.ସ.) ନିଶାମୁକ୍ତ ଓ ସୁରକ୍ଷିତ ସମାଜ ଗଠନ ଲକ୍ଷ୍ୟରେ ସୁବର୍ଣ୍ଣପୁର ପୋଲିସ ପକ୍ଷରୁ ଚାଲିଥିବା ‘ନିଶାମୁକ୍ତ ଅଭିଯାନ’ ଅନ୍ତର୍ଗତ ୨୮ ଜୁନରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଓ ବେଆଇନ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛ
ସୁବର୍ଣ୍ଣପୁର ପୋଲିସର ‘ନିଶାମୁକ୍ତ ଅଭିଯାନ’; ଗଞ୍ଜେଇ ଓ ବେଆଇନ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ


ସୁବର୍ଣପୁର, 03 ଜୁଲାଇ (ହି.ସ.)

ନିଶାମୁକ୍ତ ଓ ସୁରକ୍ଷିତ ସମାଜ ଗଠନ ଲକ୍ଷ୍ୟରେ ସୁବର୍ଣ୍ଣପୁର ପୋଲିସ ପକ୍ଷରୁ ଚାଲିଥିବା ‘ନିଶାମୁକ୍ତ ଅଭିଯାନ’ ଅନ୍ତର୍ଗତ ୨୮ ଜୁନରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଓ ବେଆଇନ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଡୁଙ୍ଗୁରିପାଲି ଥାନା ମାମଲା ନଂ-୧୬୩, ତା. ୨୮.୦୬.୨୦୨୬, ଧାରା ୨୦(ବି)(ii)(ସି)/୨୫/୨୯ ଏନ୍ଡିପିଏସ୍ ଆଇନ ଅନୁଯାୟୀ ୨୨.୫୭୮ କିଲୋଗ୍ରାମ ଗଞ୍ଜେଇ ଏବଂ ଏକ ମହିନ୍ଦ୍ରା ସ୍କର୍ପିଓ ଗାଡ଼ି ଜବତ କରାଯାଇଛି।

ଏହି ଘଟଣାରେ ବଲାଙ୍ଗିର ଜିଲ୍ଲା ଅଗଲପୁର ଥାନା ଉଚ୍ଛବାହାଲ ଗ୍ରାମର ମୋହନ ସାହୁ (୪୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ତରଭା ଥାନା ମାମଲା ନଂ-୨୪୩, ତା. ୨୮.୦୬.୨୦୨୬, ଧାରା ୫୨(ଏ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଇଳାଚୂଆଁ ଗ୍ରାମର ଖଗେଶ୍ୱର ରଣା (୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କଠାରୁ ୮୫ ଲିଟର ଦେଶୀ ମଦ ଏବଂ ଏକ ହିରୋ ଗ୍ଲାମର ମୋଟରସାଇକେଲ ଜବତ କରାଯାଇଛି।

ସେହିପରି ଉଲୁଣ୍ଡା ଥାନା ମାମଲା ନଂ-୧୨୮, ତା. ୨୮.୦୬.୨୦୨୬, ଧାରା ୫୨(ଏ) ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ବାଦଲି ଗ୍ରାମର ବାସୁଦେବ ସେଠ (୪୫)ଙ୍କୁ ଅନୁରୋଧ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନିକଟରୁ ରବର ଟ୍ୟୁବରେ ଥିବା ୯୦ ଲିଟର ଦେଶୀ ମଦ ଏବଂ ନମ୍ବର ପ୍ଲେଟ୍ ନଥିବା ଧୂସର ରଙ୍ଗର ହିରୋ ହୋଣ୍ଡା ପ୍ୟାସନ୍ ପ୍ଲସ୍ ମୋଟରସାଇକେଲ ଜବତ କରାଯାଇଛି।

ସୁବର୍ଣ୍ଣପୁର ପୋଲିସ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତ ନିଶା କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande