ଅସୀମ କରାଟେ ଏକାଡେମିର ସଫଳତା, ଅଭିଳାଷାଙ୍କୁ ସ୍ଵର୍ଣ୍ଣ
ବଲାଙ୍ଗିର, ୩ ଜୁଲାଇ (ହି.ସ.)- ଟିଟିଲାଗଡ ସ୍ଥିତ ସେଣ୍ଟ ଆନ୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ସିଆଇଏସ୍ସିଆ ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଏହି ପ୍ରତିଯ
ଅସୀମ କରାଟେ ଏକାଡେମିର ସଫଳତା, ଅଭିଳାଷାଙ୍କୁ ସ୍ୱର୍ଣ୍ଣ


ବଲାଙ୍ଗିର, ୩ ଜୁଲାଇ (ହି.ସ.)- ଟିଟିଲାଗଡ ସ୍ଥିତ ସେଣ୍ଟ ଆନ୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ସିଆଇଏସ୍ସିଆ ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଏହି ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ଅର୍ଗାନାଇଜେସନର ଉଦୀୟମାନ କରାଟେ ଖେଳାଳି ଅଭିଳାଷା ଚୈାଧୁରୀ ୩୪-୩୮ କେଜି ବାଳିକା କୁମିତେ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ୪୨-୪୬ କେଜି କୁମିତେ ବିଭାଗରେ ସାନଭି ପ୍ରଧାନ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହି ଅବସରରେ ଜାତୀୟ କରାଟେ ପ୍ରଶିକ୍ଷକ ତଥା ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇ ପ୍ରତିଯୋଗିତାରେ ରେଫେରୀ ଦାୟିତ୍ୱ ତୁଲାଇଥିଲେ । କ୍ରୀଡା କ୍ଷେତ୍ରରେ ଶ୍ରୀ ଭୋଇଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେଣ୍ଟ ଆନ୍ସ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷ ଦ୍ୱାରା ତାଙ୍କୁ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା ।

ଖେଳାଳିମାନଙ୍କର ଏହି ସଫଳତା ଏବଂ ଅସୀମ ଭୋଇଙ୍କ ସମ୍ମାନପ୍ରାପ୍ତି ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଅସୀମ କରାଟେ ଏକାଡେମିର ସଦସ୍ୟ ଏବଂ ସ୍ଥାନୀୟ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସମସ୍ତେ ବିଜେତା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande