
ଗଞ୍ଜାମ, ୩ ଜୁଲାଇ (ହି.ସ.)-ପାରିବାରିକ ଅଶାନ୍ତିରୁ ଗତକାଲି ଅପରାହ୍ନରେ ପାଲକଷଣ୍ଢା ଗ୍ରାମରେ ବିଭିତ୍ସ ହତ୍ଯାକାଣ୍ଡ ଘଟିଛି । ଭାଉଜ ଭାଷୀ ପଧାନ ଓ ପୁତୁରା ହୀନ ପଧାନ ଜମିରେ ଛେଳି ଚରାଉଥିବା ବେଳେ ସେଠାରେ ଦିଅର ମୁରଲୀପଧାନ ପହଂଚିବାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଭାଉଜ ଓ ପୁତୁରାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଦିଅର। ଫଳରେ ଭାଉଜର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ଆହତ ହୋଇଛନ୍ତି ।
ଏ ସଂପର୍କରେ ଭାସୀର ପତି, ଗୌର ପଧାନଙ୍କ ଏତଲା ଭିତ୍ତିରେ ଗାଂଗପୁର ପୁଲିସ ଶବ ଜବତ କରି ବ୍ଯବଛେଦ ପାଇଁ ଡାକ୍ତରଖାନା ପଠାଇବା ସହିତ ଘଟଣାର ତଦନ୍ତ କରୁଛି । ଗୁରୁତର ହୀନକୁ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ହତ୍ଯାକାଣ୍ଡରେ ଲିପ୍ତ ଥିବା ମୁରଲୀକୁ ପୁଲିସ ଗିରଫ କରିସାରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ