
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ)- ବିଜେଡିରେ ସୁଜାତା ରାଉତଙ୍କ ଯୋଗଦାନକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରିଷ୍ଠ ରାଜନେତା ଭୂପିନ୍ଦର ସିଂ। ସେ କହିଛନ୍ତି ଦଳରେ ଯିଏ ମିଶିଲେ ବି ନବୀନ ନିଜେ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି ଯେ ତାଙ୍କ ନେତୃତ୍ୱରେ ହିଁ ନିର୍ବାଚନ ଲଢ଼ାଯିବ। କାହାକୁ ନିଜ ପାୱାର ହସ୍ତାନ୍ତର କରିନାହାନ୍ତି ନବୀନ। ପାଣ୍ଡିଆନଙ୍କ ଭଳି ସୁଜାତା ବିଜେଡିରେ ଦାୟିତ୍ୱ ନେବେ ଏହା ସନ୍ଦେହ। ସୁଜାତା ବିଜେଡିରେ ମିଶିଲେ କର୍ମୀ ଓ ଲୋକଙ୍କ ପାଇଁ ଗୁରୁତ୍ୱ ନୁହେଁ। ଲୋକେ କହୁଛନ୍ତି ନବୀନ ବାବୁ ମାନେ ବିଜେଡି। ନବୀନ ଦାୟିତ୍ୱ ନେଲେ ବିଜେଡି ପ୍ରତି ସମର୍ଥନ ମିଳିବ ନହେଲେ ମିଳିବନି। ଦଳରେ ଏତେ ମହିଳା ଥାଉ ଥାଉ ସୁଜାତା କାହିଁକି ନେଇ ସେ କହିଛନ୍ତି ଏହା ନବୀନଙ୍କ ବିଶ୍ୱାସର କଥା, ଏମାନଙ୍କ ଉପରେ ତାଙ୍କର ବିଶ୍ୱାସ ନଥିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା