
ଜୟପୁର, ୦୩ ଜୁଲାଇ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ପାଲିଗୁଡା ଗ୍ରାମରେ ଜଣେ ଶିଶୁ ପୁତ୍ର ଗୋଡ ଖସି ମୃତ୍ୟୁ ବରଣ କରିଛନ୍ତି । ଏନେଇ ଜୟପୁର ସଦର ଥାନାରେ ଲିଖିତ ଅଭି ଯୋଗ ହୋଇଛି । ୨ ବର୍ଷ ଶିଶୁ ପୁତ୍ର ଘରେ ଖେଳୁଥିବା ବେଳେ ଗୋଡ ଖଲି ଯାଇଥିଲା । ସେ ଗୁରୁତର ହୋଇ ପଡିଥିଲେ । ଶିଶୁ ପୁତ୍ର କୁ ପ୍ରଥମେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସ୍ଥିତ ଶହିଦ ଲକ୍ଷଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଥିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏନେଇ ଜୟପୁର ସଦର ଥାନାରେ ମୃତ ଶିଶୁ ପୁତ୍ର ର ବାପା କଣ୍ଣ ମାଳି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି