ୱାର୍ଡ ବୁଲି ସମସ୍ୟା ପରଖିଲେ ପୌରାଧ୍ୟକ୍ଷା, ପ୍ରତି ୱାର୍ଡର ସମସ୍ୟାର ହେବ ସମାଧାନ
Chairman visit different words
Chairman


ଝାରସୁଗୁଡା, ୩ ଜୁଲାଇ (ହି.ସ.)- ଝାରସୁଗୁଡ଼ା ପୌର ପରିଷଦ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ପୌରାଧ୍ୟକ୍ଷା ରାନୀ ହାତୀ। ଏହି କ୍ରମରେ ଗୁରୁବାର ଝାରସୁଗୁଡ଼ା ପୌର ପରିଷଦର ୧୦ ନମ୍ବର ୱାର୍ଡ ଗସ୍ତ କରି ବିଭିନ୍ନ ଚାଲୁ ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିଛନ୍ତି। ଏହି ଗସ୍ତ ସମୟରେ ପୌରାଧ୍ୟକ୍ଷାଙ୍କ ସହ ପୌର ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ, କନିଷ୍ଠ ଯନ୍ତ୍ରୀ ଲିନା ପଟେଲ ଏବଂ ୧୦ ନମ୍ବର ୱାର୍ଡର କାଉନସିଲର ମଧୁମିତା ଶୁଭନୀଲ ପ୍ରମୁଖ ଉପସ୍ଥିତ ଥିଲେ।

ୱାର୍ଡରେ ଚାଲୁଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଗୁଣବତ୍ତା ଯାଞ୍ଚ କରିବା ସହ କାର୍ଯ୍ୟ ଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଁ ନିଜେ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡ ବୁଲି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବି। ଏଣିକି ପ୍ରତି ୱାର୍ଡର ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଇ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା ରାନୀ ହାତୀ ପ୍ରକାଶ କରିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande