ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ବିପର୍ଯ୍ୟସ୍ତ
କେନ୍ଦ୍ରାପଡ଼ା, ୩ ଜୁଲାଇ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ୱ ଡାକ୍ତର ବୁଧବାର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାଦ୍ଵାରା ଓପିଡି(ବହିର୍ବିଭାଗ)ରେ ଅଚଳାବସ୍ଥା ଦେଖାଦେଇଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବ
ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ବିପର୍ଯ୍ୟସ୍ତ


କେନ୍ଦ୍ରାପଡ଼ା, ୩ ଜୁଲାଇ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ୱ ଡାକ୍ତର ବୁଧବାର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାଦ୍ଵାରା ଓପିଡି(ବହିର୍ବିଭାଗ)ରେ ଅଚଳାବସ୍ଥା ଦେଖାଦେଇଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । କେବଳ ଆୟୁସ ଡାକ୍ତରଙ୍କ ହାତରେ ଡାକ୍ତରଖାନାକୁ ଛାଡ଼ି ଦିଆଯାଇଛି। ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍(ଓମ୍ସା) ଡାକରାରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଜିଲ୍ଲାର ସମସ୍ତ ଡାକ୍ତର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନେ ବୁଧବାର ଓପିଡିକୁ ନ ଆସିବାରୁ ଶହଶହ ରୋଗୀ ଘଣ୍ଟାଘଣ୍ଟା ଧାଡ଼ିରେ ଛିଡ଼ା ହେଇ ହଟହଟା ହୋଇଥିଲେ l

ଓମ୍ସା ରାଜ୍ୟ ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି ଯେ, ପ୍ରଥମ ଶ୍ରେଣୀରେ ଯୋଗଦେଇଥିବା ସମସ୍ତ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଯେଉଁ ପଦୋନ୍ନତି ଦିଆଯାଉଛି, ସେଥିରୁ ଡାକ୍ତରମାନଙ୍କୁ ବାଦ ଦିଆଯାଉଛି l ପଦୋନ୍ନତି ଦେବା ପାଇଁ ଓମ୍ସା ସରକାରଙ୍କୁ ବହୁତ ସମୟ ଦେଇଥିଲା l ତେବେ ୬ ମାସ ହେଲା ସରକାର ଡାକ୍ତରମାନଙ୍କ ଦାବି ପୂରଣ କରୁ ନ ଥିବାରୁ ଡାକ୍ତରମାନେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି l ସେପଟେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓମସା କୁ କଡା ଚେତାବନୀ ଦେଇଛନ୍ତି, ଯଦି ଡାକ୍ତର ମାନେ ଆନ୍ଦୋଳନରୁ ବିରତ ନହୁଅନ୍ତି, ଓ କାର୍ଯ୍ୟରେ ଯୋଗ ନ ଦିଅନ୍ତି, ତେବେ ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ କରାଯିବ ଏବଂ ଛଟେଇ ମଧ୍ୟ କରାଯିବ। ଏପଟେ ଓମସା ଜିଦ୍ ରେ ଅଟଳ, ସରକାର ଯଦି ଡାକ୍ତର ମାନଙ୍କୁ ଜେଲରେ ବି ପୁରାନ୍ତି ତେବେ ଜେଲ୍ ଭର ଆନ୍ଦୋଳନ ହେବ ସିନା ଦାବି ପୁରଣ କିମ୍ବା ଆଲୋଚନା ନହେବା ପର୍ଯ୍ୟନ୍ତ ଓହରିବୁ ନାହିଁ। ତେବେ ଏକ ଗଣତାନ୍ତ୍ରିକ ଓ ଜନ କଲ୍ୟାଣକାରୀ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ରୋଗୀସେବା କରୁଥିବା ଡାକ୍ତର ମାନଙ୍କ ନାର୍ଯ୍ୟ ଦାବି ପ୍ରତି ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଓ ଆଲୋଚନାକୁ ଡାକୁ ନଥିବା ଅତ୍ୟନ୍ତ କ୍ଷୋଭର ବିଷୟ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଓମସା ସମୟ ମାଗିଥିଲା । ମାତ୍ର କୈାଣସି ସମୟ ଦିଆଯାଇ ନଥିବାରୁ ଓମସା ବାଧ୍ୟ ହୋଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande