
ଝାରସୁଗୁଡା, ୩ ଜୁଲାଇ (ହି.ସ.)- କୋଲାବିରା ବ୍ଲକ ଶିକ୍ଷା କାର୍ଯ୍ୟଳୟର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ନିର୍ମଳା ଶତପଥି ଗତ ଜୁନ ୩୦ ତାରିଖ ଚାକିରିରୁ ଅବସର ନେଇଥିବା ବେଳେ ତାଙ୍କୁ ଶିକ୍ଷା ବିଭାଗ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l କୋଲାବିରା ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ରାଧାକାନ୍ତ ଗଡତିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅବସରପ୍ରାପ୍ତ ଏବିଇଓଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏନେଇ ନିର୍ମଳା ଶତପଥୀଙ୍କ ଶିକ୍ଷା, ସାହିତ୍ୟ, ପ୍ରଶାସନିକ କାର୍ଯ୍ୟଦକ୍ଷତା ଓ ସମାଜ ପ୍ରତି ଅବଦାନକୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ l ଝିଲ୍ଲାପାଲି ଗୋଷ୍ଠି ସଂଯୋଜକ ବିରଂଚି ପଟେଲ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଶୋକ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ ।
କୋଲାବିରା ଗ୍ରାମର ମୂଲ ବାସିନ୍ଦା ନିର୍ମଳା ଶତପଥ କୋଲାବିରା ସରକାରୀ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରି ସୁନ୍ଦରଗତ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ସମ୍ବଲପୁର ଡ.ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ବ୍ରଜରାଜନଗର ସାନଜୋବ ଉଚ୍ଚ ପ୍ରାଥମିକ ଥମିକ ବିଦ୍ୟାଳୟରୁ ଅଧ୍ୟାପନା ଆରମ୍ଭକରି ଉକ୍ତ ବିଦ୍ୟାଳୟରେ ୨୭ ବର୍ଷ ସେବା ପ୍ରଦାନ କରିଥିଲେ । ୨୦୧୯ ମସିହାରୁ ପଦଦୋନ୍ନତୀ ପଶ୍ଚାତ ୨୦୨୧ ରୁ କୋଲାବିରା ବ୍ଲକରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧ୍ବକାରୀ ଦାଇତ୍ଵ ସହ ଗୋଷ୍ଠି ସଂଯୋଜକ ଭାବରେ ୬ ବର୍ଷ ଦାୟିତ୍ଵ ନିର୍ବାହ କରିଛନ୍ତି ।
କୋଲବିରା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସରୋଜ କୁମାର ଟଣକାର, ସମ୍ପାଦକ ତପନ କରାଲିଙ୍କ ସହ ଶିକ୍ଷକ ସୁରେଶ ସାହୁ, ଅଶୋକ ସାହୁ ଲିଙ୍କନ ନାୟକ, ସୁବୋଧ ପଟେଲ,ଲଲିନ୍ଦ୍ର ଗୋଖରା ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତାଙ୍କର ସୁସ୍ଥ ସୁଖମୟ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ