ଗଂଜାମ ଜିଲାରେ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ, ରୋଗୀ ସେବା ପ୍ରଭାବିତ
ଗଂଜାମ, ୩ ଜୁଲାଇ (ହି.ସ.)- ଓମସାର ଡାକରାରେ ଗଂଜାମ ଜିଲାରେ ଡାକ୍ତର ମାନେ ତିନି ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଫଳରେ ରୋଗୀମାନେ ବିଶେଷ ପ୍ରଭାବିତ ହେଉଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶକୁ ଆନ୍ଦୋଳନରତ ଡାକ୍ତରମାନେ ଭୃକ୍ଷେପ କରୁନାହାନ୍ତି । ରୋଗୀ ସେବା
ଗଂଜାମ ଜିଲାରେ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ, ରୋଗୀ ସେବା ପ୍ରଭାବିତ


ଗଂଜାମ, ୩ ଜୁଲାଇ (ହି.ସ.)-

ଓମସାର ଡାକରାରେ ଗଂଜାମ ଜିଲାରେ ଡାକ୍ତର ମାନେ ତିନି ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଫଳରେ ରୋଗୀମାନେ ବିଶେଷ ପ୍ରଭାବିତ ହେଉଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶକୁ ଆନ୍ଦୋଳନରତ ଡାକ୍ତରମାନେ ଭୃକ୍ଷେପ କରୁନାହାନ୍ତି । ରୋଗୀ ସେବାରେ ସମଗ୍ର ଜିଲ୍ଲାରେ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି ହୋଇଛି । ବହୁ ରୋଗୀ ଡାକ୍ତରଖାନାକୁ ଆସି ଉପଯୁକ୍ତ ସେବା ନପାଇ ନିରାଶରେ ଫେରୁଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande