ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ନୂତନ ଆଶାର ସଂଚାର କରୁଛି ଓଡ଼ିଶାର ଗରିମା ଯୋଜନା
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ)- ଦଶନ୍ଧି ଦଶନ୍ଧି ଧରି ସାମାଜିକ ଅବହେଳା ଓ ବିପଦପୂର୍ଣ୍ଣ ପରିବେଶରେ କାର୍ଯ୍ୟ କରୁଥିବା ପ୍ରମୁଖ ପରିମଳ କର୍ମଚାରୀମାନଙ୍କର ଏକ ସରଳ ଓ ନିରୀହ ସ୍ୱପ୍ନ ଥିଲା—ସୁରକ୍ଷିତ ଭାବେ ଘରକୁ ଫେରିବା, ମୁଣ୍ଡ ଉପରେ ଏକ ପକ୍କା ଛାତ ପାଇବା ଏବଂ ସମ୍ମାନର ସହ ବଞ୍ଚିବା। ଆଜି ରାଜ୍ୟ
ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ନୂତନ ଆଶାର ସଂଚାର କରୁଛି ଓଡ଼ିଶାର ଗରିମା ଯୋଜନା


ଭୁବନେଶ୍ୱର, ୦୩ ଜୁଲାଇ (ହି.ସ)- ଦଶନ୍ଧି ଦଶନ୍ଧି ଧରି ସାମାଜିକ ଅବହେଳା ଓ ବିପଦପୂର୍ଣ୍ଣ ପରିବେଶରେ କାର୍ଯ୍ୟ କରୁଥିବା ପ୍ରମୁଖ ପରିମଳ କର୍ମଚାରୀମାନଙ୍କର ଏକ ସରଳ ଓ ନିରୀହ ସ୍ୱପ୍ନ ଥିଲା—ସୁରକ୍ଷିତ ଭାବେ ଘରକୁ ଫେରିବା, ମୁଣ୍ଡ ଉପରେ ଏକ ପକ୍କା ଛାତ ପାଇବା ଏବଂ ସମ୍ମାନର ସହ ବଞ୍ଚିବା। ଆଜି ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ସେହି ଆଶା ବାସ୍ତବତାରେ ରୂପାନ୍ତରିତ ହେଉଛି। ପାରମ୍ପରିକ ବିପଦପୂର୍ଣ୍ଣ ପ୍ରଥା ବଦଳରେ ସହରାଞ୍ଚଳରେ ବ୍ୟାପକ ଯାନ୍ତ୍ରିକୀକରଣକୁ ଆପଣାଯାଇଛି, ଯାହାଫଳରେ ପ୍ରମୁଖ ପରିମଳ କର୍ମଚାରୀମାନେ ଆଜି ଜଣେ ଜଣେ ଦକ୍ଷ ପରିମଳ ପ୍ରଫେସନାଲ ଭାବେ ଗର୍ବର ସହ କାର୍ଯ୍ୟ କରିପାରୁଛନ୍ତି।

ଏହି ବର୍ଗର ଶ୍ରମିକମାନଙ୍କ ନିରବ ଆକାଂକ୍ଷାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ଯେ, ଶ୍ରମର ମର୍ଯ୍ୟାଦା କେବଳ ଏକ ସରକାରୀ ନୀତି ମଧ୍ୟରେ ସୀମିତ ନରହି, ପ୍ରତ୍ୟେକ କର୍ମଚାରୀଙ୍କ ଦୈନନ୍ଦିନ ଜୀବନର ଅନୁଭୂତି ହେବା ଆବଶ୍ୟକ। ମାନବିକ ଗରିମା ପ୍ରତି ଥିବା ଏହି ପ୍ରତିବଦ୍ଧତାକୁ ଆଧାର କରି ଓଡ଼ିଶା ସରକାର 'ଗରିମା' ଯୋଜନାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରୁଛନ୍ତି। ବିପଜ୍ଜନକ ମଇଳା ସଫେଇ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରି ସୁରକ୍ଷିତ ଓ ଯାନ୍ତ୍ରିକ ପରିମଳ ସେବା ପ୍ରଦାନ କରିବା ଏହି ପ୍ରମୁଖ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ, ଯାହା ରାଜ୍ୟର ସବୁଠାରୁ ଅବହେଳିତ ଶ୍ରେଣୀର ଜୀବନରେ ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଆଣିଦେଇଛି।

କର୍ମଚାରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ 'ଗରିମା' ଯୋଜନାରେ ଆନୁଷ୍ଠାନିକ ସଂସ୍କାର ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ କରାଯାଇଛି। କ୍ଷେତ୍ରସ୍ତରରେ ସମ୍ପୂର୍ଣ୍ଣ ନିରାପତା ପାଇଁ କର୍ମଚାରୀମାନଙ୍କୁ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ କିଟ୍—ଯେପରିକି ହେଲମେଟ, ସୁରକ୍ଷା ଚଷମା, ମାସ୍କ, ଗ୍ଲୋଭସ ଏବଂ ଗୁଣାତ୍ମକ ବୁଟ୍ ଜୋତା ପ୍ରଦାନ କରାଯାଉଛି। ଏହାସହ ମାନୁଆଲ ସ୍ୱରେଜ ପ୍ରବେଶକୁ ବନ୍ଦ କରିବାକୁ ଆଧୁନିକ ଯାନ୍ତ୍ରିକ ଉପକରଣ ଯୋଗାଇ ଦିଆଯାଉଛି। ଶାରୀରିକ ସୁରକ୍ଷା ବ୍ୟତୀତ ସରକାର ଏକ ଦୃଢ଼ ସାମାଜିକ ସୁରକ୍ଷା ନେଟୱର୍କ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ୧୫% ବିପଦ ଭତା, ଜୀବନ ଓ ଦୁର୍ଘଟଣା ବୀମା, ରାସନ କାର୍ଡ, ସରକାରୀ ପରିଚୟ ପତ୍ର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ସାମିଲ ରହିଛି। ଏଥିସହିତ ସହରାଞ୍ଚଳରେ ସମ୍ମାନଜନକ ବିଶ୍ରାମ ପାଇଁ ଆଧୁନିକ ସୁବିଧା ଓ ସ୍ୱଚ୍ଛ ଶୌଚାଳୟ ବିଶିଷ୍ଟ ଏୟା-ର୍କଣ୍ଡିସନର୍ ଗରିମା ହଲ୍ ନିର୍ମାଣ କରାଯାଇଛି। ବର୍ତମାନ ସୁଦ୍ଧା ଓଡ଼ିଶାର ବିଭିନ୍ନ ପୌରସଂସ୍ଥା ରେ ପ୍ରାୟ ୯,୩୬୪ ଜଣ ପରିମଳ କର୍ମଚାରୀଙ୍କୁ ଏହି ସୁରକ୍ଷିତ ଜୀବିକା ନେଟୱର୍କ ସହ ଯୋଡ଼ାଯାଇ ସାରିଛି।

ଏହି ସଂସ୍କାରର ପ୍ରକୃତ ପ୍ରଭାବ ବ୍ରହ୍ମପୁର ମହାନଗର ନିଗମ ର ପରିମଳ କର୍ମଚାରୀ ରାଜୁ ନାୟକଙ୍କ ଜୀବନଯାତ୍ରାରୁ ସ୍ପଷ୍ଟ ବାରି ହୋଇପଡ଼େ। ଗରିମା ଯୋଜନା ପୂର୍ବରୁ, ରାଜୁ କୌଣସି ସୁରକ୍ଷା ଉପକରଣ ବିନା ସ୍ୱରେଜ୍ ସଫା କରିବାର ଅତି ବିପଜ୍ଜନକ ପରିବେଶ ମଧ୍ୟରେ କାର୍ଯ୍ୟ କରୁଥିଲେ। କିନ୍ତୁ ସରକାରଙ୍କ ପଦକ୍ଷେପ ତାଙ୍କ ବୃତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି; ସେ ଏବେ ଜଣେ ପ୍ରଶିକ୍ଷିତ ଓ ଦକ୍ଷ ପରିମଳ ପ୍ରଫେସନାଲ ଭାବେ ଯାନ୍ତ୍ରିକ ମଇଳା ନିଷ୍କାସନ ଗାଡ଼ି ପରିଚାଳନା କରୁଛନ୍ତି। ଏହା ତାଙ୍କୁ ସାମାଜିକ ପରିଚୟ ଦେବା ସହ ପରିବାରକୁ ଦୀର୍ଘକାଳୀନ ସ୍ଥିରତା ପ୍ରଦାନ କରିଛି। ନିଜର ଅନୁଭୂତି ବ୍ୟକ୍ତ କରି ରାଜୁ କୁହନ୍ତି, ଏହି ଯୋଜନା ମୋତେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଗିଅର୍ ଏବଂ ଆବାସ ସହାୟତା ଯୋଗାଇ ଦେଇ ମୋ କାର୍ଯ୍ୟକ୍ଷେତ୍ର ଓ ପରିବାରର ସୁରକ୍ଷାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ଆର୍ôଥକ ଉନ୍ନତି ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଯୋଗୁଁ ଆଜି ମୋ ପିଲାମାନେ ଭଲରେ ପାଠ ପଢ଼ିପାରୁଛନ୍ତି। ପରିମଳ କର୍ମଚାରୀଙ୍କ ମର୍ଯ୍ୟାଦାକୁ ପ୍ରାଥମିକତା ଦେଉଥିବା ଏହି ବ୍ୟବସ୍ଥା ପାଇଁ ସେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି ସଫଳ ମଡେଲକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଆସନ୍ତା ଅଗଷ୍ଟ ୨୨ ଏବଂ ୨୩, ୨୦୨୬ ରେ ଭୁବନେଶ୍ୱରଠାରେ 'ଦ୍ୱିତୀୟ ଜାତୀୟ ଗରିମା ସମ୍ମିଳନୀ' ଆୟୋଜନ କରିବାକୁ ଯାଉଛନ୍ତି। ଏହି ଦୁଇ ଦିନିଆ ଉଚ୍ଚସ୍ତରୀୟ ଜାତୀୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ନୀତି ନିର୍ଦ୍ଧାରକ, ପୌରସଂସ୍ଥା, ବିଶ୍ୱସ୍ତରୀୟ ପରିମଳ ବିଶେଷଜ୍ଞ ଏବଂ ପ୍ରମୁଖ ପରିମଳ କର୍ମଚାରୀମାନେ ଏକତ୍ରିତ ହେବେ। ଏହି ସମ୍ମିଳନୀରେ ସମ୍ପୂର୍ଣ୍ଣ ଯାନ୍ତ୍ରିକୀକରଣ, ଅତ୍ୟାଧୁନିକ ସୁରକ୍ଷା ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ସାମାଜିକ ସୁରକ୍ଷା ମଡେଲକୁ ବ୍ୟାପକ କରିବା ଉପରେ ଗଭୀର ଆଲୋଚନା କରାଯିବ। ଓଡ଼ିଶାର ଏହି ପ୍ରଶଂସନୀୟ 'ଗରିମା' ରୂପରେଖକୁ ପ୍ରଦର୍ଶିତ କରି, ସାରା ଦେଶରେ ମାନୁଆଲ୍ ସ୍କାଭେଞ୍ଜିଂ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଏବଂ ପ୍ରତ୍ୟେକ ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମୃଦ୍ଧି ଓ ସମ୍ମାନର ଜୀବନ ପ୍ରଦାନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande