ଗୋ ଚଲାଣ ବେଳେ ଚଢାଉ, ୩ ଗିରଫ
ଜୟପୁର , ୦୩ ଜୁଲାଇ (ହି.ସ.) ଗୋ ଚାଲାଣ ବେଳେ ଜୟପୁର ଟାଉନ ପୋଲିସ ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୋରିଗୁମ୍ମା ଥାନା ଅନ୍ତର୍ଗତ କୁନ୍ଦୁରାଗୁଡା ଗ୍ରାମର କାସିମ ଖାନ (୨୬), ପୁଂଟୁ ନାଗ (୨୨) ହାଇଦ୍ରାବାଦର ବାଦଲ ଅନିଲ କୁମାର (୩୧) । ଏନେଇ ଆଜି ଜୟପୁର ଟାଉନ ଥ
ଗୋ ଚଲାଣ ବେଳେ ଚଢାଉ,  ୩ ଗିରଫ


ଜୟପୁର , ୦୩ ଜୁଲାଇ (ହି.ସ.) ଗୋ ଚାଲାଣ ବେଳେ ଜୟପୁର ଟାଉନ ପୋଲିସ ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୋରିଗୁମ୍ମା ଥାନା ଅନ୍ତର୍ଗତ କୁନ୍ଦୁରାଗୁଡା ଗ୍ରାମର କାସିମ ଖାନ (୨୬), ପୁଂଟୁ ନାଗ (୨୨) ହାଇଦ୍ରାବାଦର ବାଦଲ ଅନିଲ କୁମାର (୩୧) । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ଅଚ୍ଚିତି ମିତଲ ସୁଚନା ଦେଇଛନ୍ତି । ସୁଚନା ଅନୁଯାଇ ଜୟପୁର ଟାଉନ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ହୁଣ୍ଡାଇ କାର ଏକ୍ସକୋଟିଙ୍ଗ କରି ଏକ ଟ୍ରକରେ ଗୋ ଚାଲାଣ ହେଉଥିବା ସୁଚନା ପାଇଥିଲା । ସୁଚନା ଆଧାରରେ ପୋଲିସ ଗ୍ଲୋକାଲ ଛକରେ ଜଗି ଚଢାଉ କରିଥିଲା । କୋଟପାଡରୁ ହାଇଦ୍ରାବାଦ ଗୋ ଚାଲଣ ହେଉଥିଲା । ପୋଲିସ ଚଢାଉ କରି ୨୭ଟି ଗାଇ ୫ ବଳଦ କୁ ଜବତ କରିଛି । ହୁଣ୍ଡାଇକାର ଅଭିଯୁକ୍ତ କାସିମ ଖାନ ପିଂଟୁ ନାଗ ରହିଥିବା ବେଳେ ଟ୍ରକ ଡ୍ରାଇଭର ବାଦଲ ଅନିଲ କୁମାର କୁ ଗିରଫ କରିଛି । ଗାଇ ଓ ବଦଳକୁ ଅମାନବିୟ ଭାବେ ଖାଦ୍ୟ ପାନୀୟ ନ ଦେଇ ବାନ୍ଧିି ଚାଲାଣ କରୁଥିବା ବେଳେ ପୋଲିସ ସାଂଘାତିକ ଅବସ୍ଥାରେ ଉଦ୍ଧାର କରିଥିଲା । ସେ ମାନେ କୈଣସି କାଗଜ ପତ୍ର ପୋଲିସ କୁ ଦେଖାଇ ପାରି ନଥିଲେ । ଏନେଇ ପୋଲିସ, ଗାଇ ବଳଦ ସହ କାର , ଟ୍ରକ କୁ ଜବତ କରିଛି । ଗିରଫ ୩ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମାଳନିରେ ଟାଉନ ଥାନା ଅଧିକାରି ଉଲ୍ଲାଚ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।

------------------

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande