ଝାରସୁଗୁଡ଼ାରେ ଜୁଲାଇ ୭ରେ ମେଗା ନିଯୁକ୍ତି ମେଳା : ବିଭିନ୍ନ ବେସରକାରୀ ସଂସ୍ଥାରେ ରୋଜଗାରର ସୁଯୋଗ
ଝାରସୁଗୁଡ଼ା, ୩ ଜୁଲାଇ (ହି.ସ.)- ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ଆସନ୍ତା ୭ ଜୁଲାଇ (ମଙ୍ଗଳବାର) ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଡିଏମଏଫ୍ ଅଡିଟୋରିୟମ୍ ଠାରେ ଏକ ମେଗା ଜବ୍ ଡ୍ରାଇଭ୍ (ନିଯୁକ୍ତି ମେଳା) ଆ
Job fair


ଝାରସୁଗୁଡ଼ା, ୩ ଜୁଲାଇ (ହି.ସ.)- ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ଆସନ୍ତା ୭ ଜୁଲାଇ (ମଙ୍ଗଳବାର) ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଡିଏମଏଫ୍ ଅଡିଟୋରିୟମ୍ ଠାରେ ଏକ ମେଗା ଜବ୍ ଡ୍ରାଇଭ୍ (ନିଯୁକ୍ତି ମେଳା) ଆୟୋଜିତ ହେବ। ଏହି ନିଯୁକ୍ତି ମେଳାରେ ବିଭିନ୍ନ ପ୍ରତିଷ୍ଠିତ ବେସରକାରୀ ସଂସ୍ଥା ଅଂଶଗ୍ରହଣ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିର ସୁଯୋଗ ପ୍ରଦାନ କରିବେ। ଏହି ନିଯୁକ୍ତି ଅଭିଯାନରେ ଏଲ୍ ଆଣ୍ଡ ଟି ଫାଇନାନ୍ସ, ବ୍ଲୁ ଡାର୍ଟ, ଡିଗାଲ ସଲ୍ୟୁସନ ପ୍ରମୁଖ ସଂସ୍ଥା ଅଂଶଗ୍ରହଣ କରିବେ। ଏଥିରେ ଫିଲ୍ଡ ଅଫିସର, ପିକ୍-ଅପ୍ ଓ ଡେଲିଭରି କର୍ମଚାରୀ, ସିକ୍ୟୁରିଟି ଗାର୍ଡ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି କରାଯିବ। ପଦବୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଏବଂ ବେତନ ନିର୍ଦ୍ଧାରଣ କରାଯାଇଛି।

ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା, ଆଧାର କାର୍ଡ, ଶିକ୍ଷାଗତ ପ୍ରମାଣପତ୍ର, ପାସପୋର୍ଟ ସାଇଜ ଫଟୋ ସହ ଆବଶ୍ୟକ ଦଲିଲପତ୍ର ନେଇ ନିର୍ଦ୍ଧାରିତ ସମୟରେ ଉକ୍ତ ନିଯୁକ୍ତି ମେଳାରେ ଉପସ୍ଥିତ ରହିବେ। ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟା ସମ୍ପୃକ୍ତ ନିଯୁକ୍ତିଦାତା ସଂସ୍ଥା ଦ୍ୱାରା ପରିଚାଳିତ ହେବ ଏବଂ ଏଥିପାଇଁ ପ୍ରାର୍ଥୀଙ୍କଠାରୁ କୌଣସି ପ୍ରକାର ଦେୟ ଆଦାୟ କରାଯିବ ନାହିଁ। ଅଧିକରୁ ଅଧିକ ବେକାର ଯୁବକ ଓ ଯୁବତୀମାନେ ଏହି ସୁଯୋଗର ସଦ୍ ବ୍ଯବହାର କରି ନିଯୁକ୍ତି ମେଳାରେ ଯୋଗଦେବାକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସଂଗୀତା ମେହେର ଆହ୍ୱାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande