
ଭୁବନେଶ୍ୱର, ୩ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ଓ ଅନ୍ୟ କେତେକ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ସର୍ବାଧିକ ୩୧୭.୦ ମି.ମି. ବର୍ଷା ରେକର୍ଡ ହୋଇଛି ।
ସେହିପରି ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରରେ ୧୪୭.୦ ମି.ମି., ବୌଦ୍ଧ ଜିଲ୍ଲାର କଂଟାମାଳରେ ୧୨୭.୨ ମି.ମି., ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୧୧୭.୦ ମି.ମି., ନୟାଗଡ଼ ଜିଲ୍ଲାର ଭାପୁରରେ ୧୧୦.୩ ମି.ମି., ସୋନପୁର ଜିଲ୍ଲାର ତରଭାରେ ୧୧୦.୦ ମି.ମି., ବରଗଡ଼ ଜିଲ୍ଲାର ବିଜେପୁରରେ ୧୦୫.୦ ମି.ମି., ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୯୭.୬ ମି.ମି., ପୁରୀ ଜିଲ୍ଲାର ନିମାପଡାରେ ୯୨.୬ ମି.ମି., ବଲାଙ୍ଗିର ଜିଲ୍ଲାର ବେଲଗାଁରେ ୯୦.୨ ମି.ମି., ସମ୍ବଲପୁର ଜିଲ୍ଲାର ହିରାକୁଦରେ ୯୦.୧ ମି.ମି., ରାୟଗଡ଼ା ଜିଲ୍ଲାର କାଶୀପୁରରେ ୮୬.୨ ମି.ମି. ଏବଂ ଅନୁଗୁଳ ଜିଲ୍ଲାର ଟିକରପଡାରେ ୮୫.୨ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ