ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ
ଜୟପୁର, ୦୩ ଜୁଲାଇ (ହି.ସ.) - ଡକାୟତି ମାମଲା ପଣ୍ଡ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ୫ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଦଲ ନାଗ , ଶିବ ନାୟକ, ହରି ନାୟକ, ଟୁଲୁ ଖୋସଲା, ଫିରୋଜ ନାଗ । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ଅଚ୍ଚିତା ମିତଲ ଉପସ୍ଥିତ ରହି ସ
ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ


ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ


ଜୟପୁର, ୦୩ ଜୁଲାଇ (ହି.ସ.) - ଡକାୟତି ମାମଲା ପଣ୍ଡ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ୫ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଦଲ ନାଗ , ଶିବ ନାୟକ, ହରି ନାୟକ, ଟୁଲୁ ଖୋସଲା, ଫିରୋଜ ନାଗ । ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ଅଚ୍ଚିତା ମିତଲ ଉପସ୍ଥିତ ରହି ସୁଚନା ଦେଇଛନ୍ତି । ପୋଲିସ ସୁଚନା ଅନୁଯାଇ ଗତ କାଲି ବିଳମ୍ବିତ ରାତ୍ର ରେ ୫ ଜଣ ଅଭିଯୁକ୍ତ ଯମୁନାଗୁଡା ନିକଟସ୍ଥ ଫରେଷ୍ଟ ତାଲିମ କେନ୍ଦ୍ର ପରିସରରେ ମାରାଣାସ୍ତ୍ର ଧରି ଡକାୟତି ଉଦ୍ୟମ କରୁଛନ୍ତି । ପୋଲିସ ସୁଚନା ଆଧାରରେ ଚଢାଉ କରିଛି । ଚଢାଉ କରି ୫ ଅବିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ଖଣ୍ଡା, ଲୁହା ରଡ, ଖାଲି ମଦ ବୋତଲ, ଟଚ୍ଚ ଲାଇଟ ଜବତ କରିଛି । ଅଭିଯୁକ୍ତ ମାନେ ବଡ ଧରଣର ଡକାୟତି ପାଇ ଯୋଜନା କରିଥିଲେ। ପୋଲିସ ଚଢାଉ କରି ପଣ୍ଡ କରିଥିଲା । ଗିରଫ ଅଭିଯୁକ୍ତ ବାଦଲ ନାଗ ନାମରେ ୩୩ଟି ଅପରାଧିକ ମାମଲା ରହିଥିବା ବେଳେ ଶିବ ନାୟନ ନାମରେ ୧୦ଟି, ହରି ନାୟକ ନାମରେ ୭ଟି, ଟୁଲୁ ଖୋସଲା ନାମରେ ୫ଟି, ଫରୋଜ ନାଗ ନାମରେ ୨ଟି ଅପରାଧିକ ମାମଲା ରହିଛି । ଏନେଇ ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଆଜି ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande