ସିରିଆପାଲିର ବେଦକଳା ଉତ୍ପାଦକ ଗୋଷ୍ଠୀର ସୌରା କଳାକୃତିକୁ ଜିଲ୍ଲାପାଳଙ୍କ ପ୍ରଶଂସା
ଝାରସୁଗୁଡ଼ା, ୦୩ ଜୁଲାଇ (ହି.ସ.) - ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସିରିଆପାଲି ଗ୍ରାମ, ପରମାନପୁର ଗ୍ରାମପଂଚାୟତ, କୋଲାବିରା ବ୍ଲକର ବେଦକଳା ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ସୌରା କଳାକୃତିକୁ ସାଦର ର ସହ ଗ
ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ  ନିର୍ମାଣର କାର୍ଯ୍ୟାଦେଶ


ଝାରସୁଗୁଡ଼ା, ୦୩ ଜୁଲାଇ (ହି.ସ.) - ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସିରିଆପାଲି ଗ୍ରାମ, ପରମାନପୁର ଗ୍ରାମପଂଚାୟତ, କୋଲାବିରା ବ୍ଲକର ବେଦକଳା ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରଡ୍ୟୁସର ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ସୌରା କଳାକୃତିକୁ ସାଦର ର ସହ ଗ୍ରହଣ କରିଥିଲେ।

ଏହି ପ୍ରଡ୍ୟୁସର ଗ୍ରୁପ୍ ଓଡ଼ିଶା ଜୀବିକା ମିଶନ ଏବଂ ଫାଷ୍ଟସୂତ୍ର ଫାଉଣ୍ଡେସନର ସମନ୍ୱିତ ସହଯୋଗରେ କାର୍ଯ୍ୟ କରୁଛି । ଏଣୁ ଗ୍ରାମୀଣ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସୌରା କଳାକୃତି ଓଡ଼ିଶାର ସମୃଦ୍ଧ ଜନଜାତୀୟ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ନିଦର୍ଶନ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଚୱାଣ ଏହି ଉତ୍ପାଦନକ ଗୋଷ୍ଠୀର ସଦସ୍ୟମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହ ସ୍ଥାନୀୟ ହସ୍ତଶିଳ୍ପର ପ୍ରଚାର, ପ୍ରସାର ଏବଂ ବଜାର ସଂଯୋଗ ମାଧ୍ୟମରେ ଗ୍ରାମୀଣ ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ଚୱାଣ ଗ୍ରାମୀଣ କଳାକାରମାନଙ୍କୁ ଅଧିକ ଉତ୍ସାହିତ କରିବା ସହ ଜିଲ୍ଲାର ପାରମ୍ପରିକ କଳାର ବିକାଶରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।

ଏହି ଅବସରରେ ଓଡିଶା ଜୀବିକା ମିଶନ ର ଜ଼ିଲ୍ଲା ପ୍ରକଳ୍ପ ପରିଚାଳକ ଡ଼ ପୁଷ୍ପଶ୍ରୀ ନାୟକ, ଫାଷ୍ଟସୂତ୍ର ଫାଉଣ୍ଡେସନ ର ସଦସ୍ୟ ସଂଜୀବ ଦାଶ, ସିଦ୍ଧାର୍ଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande