ବନ ମହୋତ୍ସବ ସପ୍ତାହ:  ଆଇନସେବା ପ୍ରାଧିକରଣ ଫୁଲବାଣୀ ପକ୍ଷରୁ ବୃକ୍ଷରୋପଣ
Plantation Program by DLSA KANDHAMAL in Court premises
ଫୋଟ


କନ୍ଧମାଳ, ୩ ଜୁଲାଇ (ହି.ସ.)-

ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ବନ ମହୋତ୍ସବ ସପ୍ତାହ ଅବସରରେ ଆଜି ଦୁଇଟି ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟା ୩୦ ଆଇଟିଆଇ ନିକଟସ୍ଥ ନୂତନ ଜିଲ୍ଲା କୋର୍ଟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ପରିସରର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ପରିବେଶର ସନ୍ତୁଳନ ରକ୍ଷା ଓ ସବୁଜିମା ବୃଦ୍ଧିର ଲକ୍ଷ୍ୟ ନେଇ ଚାରା ରୋପଣ କରାଯାଇଥିଲା । ଅନୁରୂପ ଭାବେ ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲା କୋର୍ଟ ପରିସରରେ ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପର୍ଯ୍ୟାୟରେ କୋର୍ଟ ପରିସରକୁ ଅଧିକ ସବୁଜ ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଫୁଲଗଛ ସହ ସୌନ୍ଦର୍ଯ୍ୟବର୍ଦ୍ଧକ ଇନ୍ଡୋର୍ ପ୍ଲାଣ୍ଟ ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତା, ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତି ରାଜେଶ ଦାଶ, ପୋକ୍ସୋ କୋର୍ଟର ବିଚାରପତି ମନୋରଞ୍ଜନ ଦାଶ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଫୁଲବାଣୀ ଦୋଳଗୋବିନ୍ଦ ବାରିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବନାଲି ତ୍ରିପାଠୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରମାକାନ୍ତ ମହାନ୍ତି, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ସ୍ଵପ୍ନା ସାଗରିକା ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଫୁଲବାଣୀ ପ୍ରିୟ ରଞ୍ଜନ ଓଝା, ଏସ.ଡି.ଜେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି, ଫୁଲବାଣୀ ବଦ୍ରିନାରାୟଣ ବିଶ୍ବାଳ, ପବ୍ଲିକ ପ୍ରଷିକ୍ୟୁଟର ପୂର୍ଣ୍ଣଚନ୍ଦ୍ର ନାଗ, ସରକାରୀ ଅଧିବକ୍ତା ଜ୍ଞାନୀନ୍ଦ୍ର ନାଥ ପାଢୀ, ବାର ଆସୋସିଏସନ, ଫୁଲବାଣୀର ସଭାପତି ଭଗବାନ ମହାନ୍ତି, ଆଇନଜୀବୀ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟର ରିଟେନର ପୀତାମ୍ବର ସାହୁ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଦେବବ୍ରତ ପ୍ରଧାନ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ କେ. ଲକ୍ଷ୍ମୀ ନାରାୟଣ ଦୋରା, ସହକାରୀ ବନ ସଂରକ୍ଷକ, ଶ୍ରୀମତୀ ଶ୍ଵେତଲୀନା ସାହୁ, ଫୁଲବାଣୀ ରେଞ୍ଜର, ଜିଲ୍ଲା କୋର୍ଟର କର୍ମଚାରୀ, ବନ ବିଭାଗର କର୍ମଚାରୀ ଓ ପାରା ଲିଗାଲ ସ୍ଵେଚ୍ଛାସେବି ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande