
ଝାରସୁଗୁଡା, ୩ ଜୁଲାଇ (ହି.ସ.)- ଆସନ୍ତା ପବିତ୍ର ରଥଯାତ୍ରାକୁ ସୁରକ୍ଷିତ, ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ବ୍ରଜରାଜନଗର ପୌରପାଳିକା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପୌରାଧ୍ୟକ୍ଷ ଗୋପାଳ ସିତାନୀ, ପୌର ପରିଷଦ ସଦସ୍ୟବୃନ୍ଦ, ପୁଲିସ ବିଭାଗର ଅଧିକାରୀ, ୱାଟକୋ, ଟିପିଡବ୍ଲୁଓଡିଏଲ୍, ଏମସିଏଲ୍ ର ପ୍ରତିନିଧି ଏବଂ ମେନ୍ ମାର୍କେଟ, ଗାନ୍ଧୀ ଛକ, ଲଇକେରା ଓ ସଞ୍ଜୋବ ଅଞ୍ଚଳର ରଥଯାତ୍ରା କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ ରଥଯାତ୍ରା ସମୟରେ ସହରର ସ୍ୱଚ୍ଛତା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ସ୍ଥାନରେ ସଡ଼କ ମରାମତି, ବିଦ୍ୟୁତ ସୁରକ୍ଷା, ଯାତାୟାତ ପରିଚାଳନା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସମ୍ପୃକ୍ତ ସମସ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ସହ ଶ୍ରଦ୍ଧାଳୁମାନଙ୍କ ସୁବିଧା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ