
ଝାରସୁଗୁଡ଼ା, ୩ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ୩ ଜୁଲାଇରେ ବିଭିନ୍ନ ବ୍ଲକରେ ହୋଇଥିବା ବର୍ଷାର ପରିମାଣ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର, ଝାରସୁଗୁଡ଼ା ପକ୍ଷରୁ ପ୍ରକାଶ ପ୍ରକାଶ ପାଇଛି। ଜିଲ୍ଲାରେ ସର୍ବାଧିକ ୮୧.୦ ମିଲିମିଟର ବର୍ଷା ଝାରସୁଗୁଡ଼ା ସଦର ଅଞ୍ଚଳରେ ରେକର୍ଡ କରାଯାଇଥିବା ବେଳେ କୋଲାବିରାରେ ୫୪.୨ ମି.ମି., କିର୍ମିରାରେ ୫୫.୦ ମି.ମି., ଲଇକେରାରେ ୪୨.୩ ମି.ମି. ଏବଂ ଲଖନପୁରରେ ୧୩.୨ ମି.ମି. ବର୍ଷା ରେକର୍ଡ ହୋଇଛି।
ଜିଲ୍ଲାର ପାଞ୍ଚଟି ବ୍ଲକରେ ମୋଟ ୨୪୫.୭ ମିଲିମିଟର ବର୍ଷା ହୋଇଥିବାବେଳେ ହାରାହାରି ବର୍ଷାର ପରିମାଣ ୪୯.୧୪ ମିଲିମିଟର ରହିଛି। ବର୍ଷା ଅଭାବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲାରେ ଚାଷ କାର୍ଯ୍ୟ ବହୁ ମାତ୍ରାରେ ପଛେଇଥିବା ବେଳେ ଗତ କିଛି ଦିନ ହେବ ବର୍ଷା ହେଉଥିବାରୁ ଚାଷୀ କିଛିଟା ଆଶ୍ୱସ୍ତି ଅନୁଭବ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ