ଶିକ୍ଷୟତ୍ରୀଙ୍କ ଅବସର ସମ୍ବର୍ଦ୍ଧନା
ଭଦ୍ରକ, ୩ ଜୁଲାଇ (ହି.ସ.) - ଆଗରପଡ଼ା ସନ୍ନିକଟ ସିଦ୍ଧମରଚାଇ ସରକାରୀ ବାଳିକା ବିଦ୍ୟାଳୟ କାନପୁରର କ୍ରିଡ଼ା ଶିକ୍ଷୟତ୍ରୀ ପବିତ୍ରା ରାଉତ ଏବଂ ୪ର୍ଥ ଶ୍ରେଣୀ କର୍ମଚରୀ ସନ୍ଧ୍ୟାରାଣୀ ଖମାରୀ ଙ୍କୁ ଆଜି ଅବସର ସମ୍ବର୍ଦ୍ଧନା ଦିଆଯଇଛି। ଏ ନେଇ ଆୟୋଜିତ ସଭାକୁ ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ସେଠୀ ଅଧ୍ୟକ୍ଷ
SIKYAYTRI ABASARA SAMBADHANA


ଭଦ୍ରକ, ୩ ଜୁଲାଇ (ହି.ସ.) - ଆଗରପଡ଼ା ସନ୍ନିକଟ ସିଦ୍ଧମରଚାଇ ସରକାରୀ ବାଳିକା ବିଦ୍ୟାଳୟ କାନପୁରର କ୍ରିଡ଼ା ଶିକ୍ଷୟତ୍ରୀ ପବିତ୍ରା ରାଉତ ଏବଂ ୪ର୍ଥ ଶ୍ରେଣୀ କର୍ମଚରୀ ସନ୍ଧ୍ୟାରାଣୀ ଖମାରୀ ଙ୍କୁ ଆଜି ଅବସର ସମ୍ବର୍ଦ୍ଧନା ଦିଆଯଇଛି। ଏ ନେଇ ଆୟୋଜିତ ସଭାକୁ ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟଅତିଥି ଗୋଷ୍ଠି ଶିକ୍ଷାଧିକାରୀ ରାଜୀବ କୁମାର ଦଳେଇ, ଓଷ୍ଟା ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡ଼େଇ, ଶିକ୍ଷକସଂଘ ନେତ୍ରୀ ସୁରଜୀତା ନାୟକ, ସଡ଼ଙ୍ଗ ସ୍କୁଲ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ଅଶୋକ କୁମାର ନାହାକ, ଶିଶିର କୁମାର ବିଶ୍ୱାଳ, ସାଧନକେନ୍ଦ୍ର ସଂଯୋଜକ ବୁଦ୍ଧଦେବ ରାଉତ, ଶିକ୍ଷାବିତ ହରମୋହନ ପଣ୍ଡା, ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ବନଲତା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷୟତ୍ରୀ ପବିତ୍ରା ଦିଦି ଜଣେ ଆଦର୍ଶବାନ୍ କ୍ରୀଡ଼ା ଶିକ୍ଷୟତ୍ରୀ ଥିବା ବେଳେ ତାଙ୍କ ପାଖରୁ ପ୍ରଶିକ୍ଷଣ ପାଇ ବହୁ ଛାତ୍ରଛାତ୍ରୀ କ୍ରିଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିଥିବା କହିଥିଲେ। ଏହି ଅବସରରେ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ଓ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ଲିପିପୁଷ୍ପା ମହାପାତ୍ର ଅତିଥି ପରିଚୟ କରିଥିବା ବେଳେ ଶେଷରେ ସୁମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପ୍ରେମଲତା ପଣ୍ଡାଙ୍କ ଦ୍ୱାରା ମାନପତ୍ର ପଠନ କରାଯାଇଥିଲା । କାର୍ଯ୍ୟକ୍ରମକୁ ହେମନ୍ତ କୁମାର ବାରିକ, ଲିପ୍ସାମୟୀ ସା, ନବଘନ ନାୟକ,ଅନିରୁଦ୍ଧ ସେଠୀ, ୪ର୍ଥ ଶ୍ରେଣୀ କର୍ମଚାରୀ ସତ୍ୟବ୍ରତ ଖମାରୀ, ଅନୁଲତା ରାଉତ ଓ ବିଦୁଲତା ଦାସ ପରିଚାଳନାରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ବିଦାୟ ଶିକ୍ଷୟତ୍ରୀଙ୍କୁ ଶୋଭାଯାତ୍ରାରେ ଫଛୋଟି ଅଣାଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande