ସୁରକ୍ଷା ମଂଚ ପକ୍ଷରୁ ବୃକ୍ଷରୋପଣ
ଭଦ୍ରକ, ୩ ଜୁଲାଇ (ହି.ସ.) - ଆଗରପଡ଼ା ସୁରକ୍ଷା ମଂଚ ପକ୍ଷରୁ ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କରାଯାଇଛି। ଟିକିରା ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ ଦାସ, ଚିତରଞ୍ଜନ ସାମନ୍ତରାୟ,ପୁର୍ଣ୍ଣଚନ୍ଦ୍ର ବେହେରା, ଅଶୋକ ମହାନ୍ତି, ବଳରାମ ପୃଷ୍ଟି, ଚି
SURAKHYA MANCHA BRUKHYA ROPANA


ଭଦ୍ରକ, ୩ ଜୁଲାଇ (ହି.ସ.) - ଆଗରପଡ଼ା ସୁରକ୍ଷା ମଂଚ ପକ୍ଷରୁ ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କରାଯାଇଛି। ଟିକିରା ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ ଦାସ, ଚିତରଞ୍ଜନ ସାମନ୍ତରାୟ,ପୁର୍ଣ୍ଣଚନ୍ଦ୍ର ବେହେରା, ଅଶୋକ ମହାନ୍ତି, ବଳରାମ ପୃଷ୍ଟି, ଚିତରଞ୍ଜନ ମହାନ୍ତି ପ୍ରମୁଖ କେନ୍ଦ୍ର ୍ରଚତୁଃପାର୍ଶ୍ୱରେ ବଉଳ,ଦେବଦାରୁ,ଚମ୍ପା,ଅଶୋକ,ଜୁଆଣି ଆଦି ବୃକ୍ଷ ରୋପଣ କରାଯାଇଥିଲା। ପରିବେଶକୁ ସନ୍ତୁଳିତ କରିବା ପାଇଁ ବୃଷର ଆବଶ୍ୟକତା ଉପରେ ଉପସ୍ଥିତି କୁନି କୁନି ପିଲାମାନଙ୍କୁ ବୁଝାଯାଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ଶିକ୍ଷୟତ୍ରୀ ଭକ୍ତି ଲତା ବାରିକ, ସହାୟିକା ରୁକ୍ମଣୀ ସାହୁ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande