ସ୍କୁଲ ଗେଟରେ ଝୁଲୁଛି ତାଲା : ପ୍ରହରୀ ମଣ୍ଡପରେ ପାଠ ପଢ଼ିଲେ ପିଲା, ଗଛ ମୂଳେ ଖାଇଲେ ମଧ୍ୟାହ୍ନ ଭୋଜନ
ବଲାଙ୍ଗିର, ୩ ଜୁଲାଇ (ହି.ସ.)- ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ତେଲପାଲି ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା l କେହି ତାଲା ଦେବାରୁ ଛାତ୍ରଛାତ୍ରୀମାନେ ପ୍ରହରୀ ମଣ୍ଡପରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ଆଜି ଦିନ ୯ଟାରେ ପିଲାମାନେ ପାଠ ପଢିବାକୁ ଯାଇଥିଲେ କିନ୍ତୁ ଗେଟର ତାଲା ଖ
ସ୍କୁଲ ଗେଟରେ ଝୁଲୁଛି ତାଲା : ପ୍ରହରୀ ମଣ୍ଡପରେ ପାଠ ପଢ଼ିଲେ ପିଲା ଗଛ ମୂଳେ ଖାଇଲେ ମଧ୍ୟାହ୍ନ ଭୋଜନ


ବଲାଙ୍ଗିର, ୩ ଜୁଲାଇ (ହି.ସ.)-

ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ତେଲପାଲି ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା l କେହି ତାଲା ଦେବାରୁ ଛାତ୍ରଛାତ୍ରୀମାନେ ପ୍ରହରୀ ମଣ୍ଡପରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ଆଜି ଦିନ ୯ଟାରେ ପିଲାମାନେ ପାଠ ପଢିବାକୁ ଯାଇଥିଲେ କିନ୍ତୁ ଗେଟର ତାଲା ଖୋଲି ନଥିବାରୁ ଶିକ୍ଷକଙ୍କୁ ବାହାରେ ଅପେକ୍ଷା କରିଥିଲେ । ପରେ ଶିକ୍ଷକମାନେ ଆସି ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ କିଏ ତାଲା ଦେଇଛି ସେନେଇ ଗାଁ ଲୋକେ ମଧ୍ୟ ତନାଘନା ଆରମ୍ଭ କରିଥିଲେ । କୌଣସି ସୂଚନା ନ ମିଳିବାରୁ ଗାଁ ମଝିରେ ଥିବା ପ୍ରହରୀ ମଣ୍ଡପକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ଏପରିକି ଗାଁ ଲୋକେ ଗଛ ମୂଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦେଇଥିବା ଦେଖା ଦେଇଥିଲା । ତେବେ ଅପରାହ୍ନ ସୁଦ୍ଧା ତାଲା ଖୋଲି ନଥିବାରୁ ପିଲାମାନେ ପ୍ରହରୀ ମଣ୍ଡପରେ ପାଠପଢା ସାରି ଘରକୁ ଫେରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ୧୯୭୬ ମସିହାରେ ଗଢି ଉଠିଥିବା ଏହି ବିଦ୍ୟାଳୟର ନିଜସ୍ୱ ଜମିପଟା ରହିଥିଲେ ବି ଏହି ଜାଗାକୁ ନିଜର ଦର୍ଶାଇ ଜଣେ ବ୍ୟକ୍ତି ଗେଟରେ ତାଲା ଦେଇଥିବା ଗାଁ ଲୋକଙ୍କ ଠାରୁ ଜଣାପଡିଛି । ତେବେ ବିଦ୍ୟାଳୟ ଗେଟରେ ତାଲା ଦେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande