ଜିଲ୍ଲା ଆଇନସେବା ପ୍ରାଧିକରଣ ଭଦ୍ରକ ପକ୍ଷରୁ ବନମହୋତ୍ସବ ପାଳିତ
ଭଦ୍ରକ, ୩ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ନ୍ୟାୟଳୟ ଭଦ୍ରକର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ପୌରହିତ୍ୟରେ କ୍ଷେତ୍ରବାସୀ ଉଚ୍ଚବିଦ୍ୟାଳୟ,ଚୁନିଦା ପରିସରରେ ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଯାଇଅଛି। ଜ
ZILLA AAIN SEVA BANA MOHASTAV


ଭଦ୍ରକ, ୩ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ନ୍ୟାୟଳୟ ଭଦ୍ରକର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ପୌରହିତ୍ୟରେ କ୍ଷେତ୍ରବାସୀ ଉଚ୍ଚବିଦ୍ୟାଳୟ,ଚୁନିଦା ପରିସରରେ ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଜିଲ୍ଲା ନ୍ୟାୟଳୟ ଭଦ୍ରକର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଭାତ କୁମାର ରାଜଗୁରୁ, ବିଚାରପତି ପରିବାର ଅଦାଲତ ଅରବିନ୍ଦ ରଥ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-ତଥା- ସ୍ୱତନ୍ତ୍ର ବିଚାରପତି (ପୋକସୋ) ବିକାଶ ଚନ୍ଦ୍ର ଦେ, ଅସ୍ଥାୟୀ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ( ଏଫ୍ ଟି ଏସ୍ ସି) ମିନତି କୁମାରୀ ପଣ୍ଡା, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ଭଦ୍ରକ ଅଧ୍ୟକ୍ଷ ବିଜୟ କୁମାର ପାତ୍ର, ତଥା ସମସ୍ତ ବିଚାରପତି ବୃନ୍ଦ, ବନବିଭାଗ ଅଧିକାରୀ, ଅରୁଣ କୁମାର ବିଶ୍ୱାଳଙ୍କ ସମେତ ବନ୍ୟ ପ୍ରାଣୀ ବିଭାଗର କର୍ମୀଗଣ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଭଦ୍ରକ ଅଂଶୁମାନ ଦ୍ୱିବେଦୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମ ଚରଣ ପରିଡା, ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଗଣ, ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦିନକୁ ଦିନ ତାପ ମାତ୍ରା ବୃଦ୍ଧି ପାଉଥିବାରୁ ଜଳବାୟୁରେ ଅନିୟମିତତା ଦେଖାଯାଉଛି । ତେଣୁ ତାପମାତ୍ରାକୁ ହ୍ରାସ କରିବା ନିମିତ ବହୁଳ ପରିମାଣରେ ବୃକ୍ଷ ରୋପଣ କରାଯିବା ଉଚିତ । ଛାତ୍ରଛାତ୍ରୀ ମାନଙ୍କୁ ବାର୍ତା ଯେ ଆଜି ଗୋଟିଏ ଗଛ ଲଗାଇବା, କାଲିକୁ ହଜାରେ ହସ ସାଇତିବା ତେଣୁ ଗଛଟିଏ ଲଗାଇ ପୃଥିବୀକୁ ସବୁଜ ଓ ସୁସ୍ଥ ରଖିବା ପାଇଁ ପ୍ରୟାସ ଜାରି ରଖିବା । ଏହି ବନ ମହୋତ୍ସବ ଜରିଆରେ ଲୋକମାନଙ୍କ ମଧ୍ୟରେ ବୃକ୍ଷ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱର ଉଷ୍ମତା ରୋକିବା ଏବଂ ପ୍ରଦୂଷଣ ହ୍ରାସ କରିବାର ସର୍ବୋତମ ଉପାୟ ମଧ୍ୟରୁ ଗୋଟିଏ ଭାବରେ ବୃକ୍ଷ ରୋପଣ ଏବଂ ଏହାର ଯତ୍ନର ଆବଶ୍ୟକତା ରହିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande