
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ରାଜ୍ୟରେ
ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ବିଧାୟକ
ଗଣେଶ୍ୱର ବେହେରା କହିଛନ୍ତି ଯେ ,ଏହା
ଅତ୍ୟନ୍ତ ଗମ୍ଭୀର କଥା । ସରକାର ଯେତେ ସମ୍ଭବ ଏହାକୁ ଗୁରୁତ୍ଵ ଦେବେ ସେତେ ଭଲ । ବର୍ତ୍ତମାନ
ରୋଗୀ ମାନେ ଡହଳ ବିକଳ ହେଉଛନ୍ତି । ସ୍ୱାସ୍ଥ୍ୟ ସେବାରୁ ରୋଗୀ ବଞ୍ଚିତ । ତେଣୁ ସରକାର ଏ ଦିଗରେ
ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ଚିକିତ୍ସା ଅଭାବରୁ ଯେପରି ରୋଗୀର କୌଣସି ଅସୁବିଧା ନ ହୁଏ
ତାହା ସରକାରଙ୍କ ନୈତକ ଦାୟିତ୍ୱ ।
ନୋ ୱର୍କ ନୋ ପେ ପ୍ରସଙ୍ଗରେ
ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଡକ୍ଟରଙ୍କ ଦରମା କରିଲେ ମଧ୍ୟ ସେମାନଙ୍କ ଚିନ୍ତା ନାହି । ସେମାନେ ଘରେ ରହି ଆୟ
କରିପାରିବେ । ଏଥିରେ କୌଣସି ପ୍ରଭାବ ପଡ଼ିବ ନାହିଁ । ତେଣୁ ସରକାର ଆଲୋଚନା ମାଧ୍ୟମରେ
ସେମାନଙ୍କ ଦାବି ପୂରଣ କରନ୍ତୁ । ନାଲି ଆଖି ଦେଖାଇଲେ ସାମାସ୍ୟର ସମାଧାନ ହେବ ନାହିଁ । ରୋଗୀ
ପ୍ରଭାବିତ ହେବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା