ଅସ୍ତିତ୍ୱ ଖୋଜୁଛି ଆଦର୍ଶ ଗାଁ ଦୟାନିଧିଗୁଡ଼ା
ଜୟପୁର, ୩ ଜୁଲାଇ (ହି.ସ.)- ଆଦର୍ଶ ଗାଁ ଦୟାନିଧିଗୁଡ଼ାରୁ ୧୯୯୫ରେ କେବିକେ ଯୋଜନାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ । ଏହା ଭିତରେ ବଦଳିଛି କେବିକେ ଜିଲ୍ଲା ବିକାଶର ଚିତ୍ର । ମୁଖ୍ୟସ୍ରୋତରେ ସାମିଲ ହୋଇଛି ଅନେକ ଗାଁ । ହେଲେ କେବିକେ ଯୋଜନାର ନିଅଁ ପଡ଼ିଥିବା ଦୟାନ
ଅସ୍ତିତ୍ୱ ଖୋଜୁଛି ଆଦର୍ଶ ଗାଁ ଦୟାନିଧିଗୁଡ଼ା


ଜୟପୁର, ୩ ଜୁଲାଇ (ହି.ସ.)-

ଆଦର୍ଶ ଗାଁ ଦୟାନିଧିଗୁଡ଼ାରୁ ୧୯୯୫ରେ କେବିକେ ଯୋଜନାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ । ଏହା ଭିତରେ ବଦଳିଛି କେବିକେ ଜିଲ୍ଲା ବିକାଶର ଚିତ୍ର । ମୁଖ୍ୟସ୍ରୋତରେ ସାମିଲ ହୋଇଛି ଅନେକ ଗାଁ । ହେଲେ କେବିକେ ଯୋଜନାର ନିଅଁ ପଡ଼ିଥିବା ଦୟାନିଧିଗୁଡ଼ା ଅବହେଳିତ ଅବସ୍ଥାରେ ରହିଗଲା । ଏବେ ଏହି ଆଦର୍ଶ ଗାଁ ନିଜ ଅସ୍ତିତ୍ୱକୁ ଖୋଜୁଛି । ୩୦ ବର୍ଷ ତଳର ଘଟଣା । କୋରାପୁଟ ସଦର ବ୍ଲକ୍ କେନ୍ଦାର ପଞ୍ଚାୟତ ଅଧୀନ ଏହି ଗାଁକୁ ଆଦର୍ଶ ଗାଁର ମାନ୍ୟତା ଦେବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଆସିଥିଲେ । ପ୍ରଧାନମନ୍ତ୍ରୀ ଆସୁଥିବାରୁ ଗାଁକୁ ନିର୍ମାଣ ହୋଇଥିଲା ଚକାଚକ୍ ରାସ୍ତା । ରାସ୍ତାପାର୍ଶ୍ୱ କଚ୍ଚାଘରଗୁଡ଼ିକୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରି ଆଜବେଷ୍ଟସ୍ ଘର ନିର୍ମାଣ କରାଗଲା । ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ, ଗାଁ ଉପରମୁଣ୍ଡରେ ପଡ଼ିଆ ଜମିକୁ ଜଳଯୋଗାଣ ପାଇଁ ତଳମୁଣ୍ଡରେ ଥିବା ନାଳରୁ ଉଠାଜଳସେଚନ ବ୍ୟବସ୍ଥା କରାଗଲା । ରାତାରାତି ବଦଳି ଯାଇଥିଲା ଦୟାନିଧିଗୁଡ଼ାର ଚହେରା । ପ୍ରଧାନମନ୍ତ୍ରୀ ଗାଁରେ ପହଞ୍ଚି ତେଲଙ୍ଗଣି ନାଳରେ ନିର୍ମାଣ ହୋଇଥିବା ପୋଲ ଉଦ୍ଘାଟନ କରିଥିଲେ । ସେହି ସ୍ଥାନରୁ କେବିକେ ଯୋଜନା ଶୁଭାରମ୍ଭ ହେଲା । ଗ୍ରାମବାସୀ ଭାବିଥିଲେ ତାଙ୍କ ଗାଁର ବିକାଶ ଅନ୍ୟ ଗାଁ ପାଇଁ ଉଦାହରଣ ହୋଇ ରହିବ । କେବିକେ ଯୋଜନାରେ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ରହିନି । କେନ୍ଦ୍ର ଓ ରାଜ୍ୟ ଉଭୟେ ଅନୁଦାନ ଅଜାଡ଼ି ଦେଇଛନ୍ତି । ଅନ୍ୟ ଅଞ୍ଚଳର ଭାଗ୍ୟ ବଦଳାଇବା ଲାଗି ଯେଉଁ ଯୋଜନାର

ଶୁଭାରମ୍ଭ ଦୟାନିଧିଗୁଡାର ଆରମ୍ଭ ହୋଇଥିଲା ସେହି ଗାଁ ଏବେ ଅବହେଳିତ ଅବସ୍ଥାରେ । ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିବା ପୋଲତଳୁ ସିମେଣ୍ଟ ଧୋଇଯାଇ ପଥର ଦିଶିଲାଣି । ବନ୍ୟାପାଣି ଆସିଲେ କେତେବେଳେ ପୋଲ ଭାସିଯିବ ସେ ଆଶଙ୍କାରେ ଗ୍ରାମବାସୀ । ଉଠାଜଳସେଚନ ପ୍ରକଳ୍ପ ମୋଟର ଅଚଳ କାରଣରୁ ବହୁ ବର୍ଷ ହେବ ଅଚଳ ପଡ଼ିଛି । ୨୦ ବର୍ଷ ପୂର୍ବେ ନାଳରେ ନିର୍ମାଣ ହୋଇଥିବା ଚେକ୍ ଡ୍ୟାମ ପାଣି ଜମିକୁ ମାଡ଼ୁନି । ଗ୍ରାମର ୮୦ ପ୍ରତିଶତ ପରିବାର ଗରିବ ଶ୍ରେଣୀର । ବହୁ ପରିବାରକୁ ପକ୍କାଘର ମିଳିନଥିବା ବେଳେ ଗାଁର ସାହି ଗୁଡ଼ିକରେ ପକ୍କାରାସ୍ତା ନିର୍ମାଣ ହୋଇପାରିନି । ଗାଁରେ କାମ ମିଳୁନଥିବାରୁ ସହରରେ କୁଲି କାମ ସହ ଅନେକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ପାଇପ୍ ଜଳଯୋଗାଣ ହୋଇନି । ଗାଁରେ ଥିବା ୨ଟି ନଳକୂଅରୁ ଗୋଟିଏ ଅଚଳ । ଗୋଟିଏରେ ପାଣିପାଇଁ ଲମ୍ବାଧାଡ଼ି । କେବିକେ ଯୋଜନାର

ଏନ୍ତୁଡ଼ିଶାଳକୁ ସରକାର ଅବହେଳା କରିବା ନିନ୍ଦନୀୟ । ପ୍ରଶାସନିକ ଅବହେଳାରୁ ଦୟାନିଧିଗୁଡ଼ାରେ ସରକାରୀ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande