ଡିଜିଟାଲ ଆରେଷ୍ଟ ନେଇଭୁବନେଶ୍ୱର-କଟକ କମିଶନରେଟ ପୋଲିସର ସତର୍କବାର୍ତ୍ତା
ଭୁବନେଶ୍ୱର, 03 ଜୁଲାଇ (ହି.ସ.) - ଡିଜିଟାଲ ଆରେଷ୍ଟ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ସତର୍କବାର୍ତ୍ତା ଜାରି କରିଛି । ଡିଜିଟାଲ ଆରେଷ୍ଟ ଏକ ବଡ଼ ଠକେଇ ବୋଲି କହିଛି କମିଶନରେଟ ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ,ଭାରତରେ ''ଡିଜିଟାଲ ଆରେଷ୍ଟ''
ଡିଜିଟାଲ ଆରେଷ୍ଟ ନେଇଭୁବନେଶ୍ୱର-କଟକ     କମିଶନରେଟ ପୋଲିସର ସତର୍କବାର୍ତ୍ତା


ଭୁବନେଶ୍ୱର, 03 ଜୁଲାଇ (ହି.ସ.) - ଡିଜିଟାଲ

ଆରେଷ୍ଟ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ସତର୍କବାର୍ତ୍ତା ଜାରି କରିଛି । ଡିଜିଟାଲ

ଆରେଷ୍ଟ ଏକ ବଡ଼ ଠକେଇ ବୋଲି କହିଛି କମିଶନରେଟ ପୋଲିସ ।

ପୋଲିସ ପକ୍ଷରୁ କୁହାଯାଇଛି

ଯେ,ଭାରତରେ 'ଡିଜିଟାଲ ଆରେଷ୍ଟ'

ବୋଲି କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ପୋଲିସ କିମ୍ବା କୌଣସି ଆଇନ

ପ୍ରବର୍ତ୍ତନକାରୀ ସଂସ୍ଥା ଡିଜିଟାଲ ଆରେଷ୍ଟ କରନ୍ତିନି ।ଭିଡିଓ କଲ୍ କିମ୍ବା ମେସେଜ୍ ମାଧ୍ୟମରେ

କେବେ କାହାକୁ ଗିରଫ କରନ୍ତି ନାହିଁ । ତଦନ୍ତକାରୀ ସଂସ୍ଥା କୌଣସି ଆପ୍ରେ ଯୋଗଦେବାକୁ କେବେ

ହେଲେ କହିନଥାନ୍ତି । ସନ୍ଦେହଜନକ ଫୋନ୍ କଲ୍ ଆସିଲେ ସଙ୍ଗେ ସଙ୍ଗେ କଲ୍ କାଟିବାକୁ ନିର୍ଦ୍ଦେଶ

ଦିଆଯାଇଛି । ଅଜଣା -ବ୍ୟକ୍ତିଙ୍କ କଥାରେ କେବେ ଟଙ୍କା ପଠାନ୍ତୁ ନାହିଁ, ଏଫଡି

କିମ୍ବା ପିପିଏଫଭାଙ୍ଗନ୍ତୁ ନାହିଁ । ଓଟିପି, ପିନ୍ପାସୱାର୍ଡ

କିମ୍ବା ବ୍ୟାଙ୍କିଂ ସୂଚନା କାହା ସହ ସେୟାର୍ କରନ୍ତୁ ନାହିଁ । ତୁରନ୍ତ ୧୯୩୦ (ଜାତୀୟ ସାଇବର

ଅପରାଧ ହେଲ୍ପଲାଇନ୍)କୁ କଲ୍ କରନ୍ତୁ । ସାଇବର କ୍ରାଇମର ସରକାରୀ ଓ୍ୱେବସାଇଟ୍ରେ ଅଭିଯୋଗ

କରିପାରିବେ । ସାଇବର କ୍ରାଇମ୍ ଓ ଆର୍ଥିକ ଅପରାଧ ଥାନା ସହ ଯୋଗାଯୋଗ ପାଇଁ ନିର୍ଦ୍ଦେଶ

ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande