
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ଡାକ୍ତର
ଆନ୍ଦୋଳନ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ପ୍ରତିକ୍ରିୟା ରଖିଛନ୍ତି | ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମୋହନ ପଣ୍ଡା କହିଛନ୍ତି
ଯେ, ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ |କିଛି ଜିଲ୍ଲାରେ ଡାକ୍ତର
କାର୍ଯ୍ୟରେ ଯୋଗଦେଲେଣି | ଢେଙ୍କାନାଳ, କଳାହାଣ୍ଡିରେ
କାର୍ଯ୍ୟରେ ଯୋଗଦେବା ନେଇ ଖବର ଆସିଛି | ସରକାରଙ୍କ ନିୟମ ଅନୁସାରେ
କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ | ସେନେଇ ଚିଠି କରାଯାଇଛି |କୌଣସି ଜାଗାରେ ବିଶେଷ ଖବର ଆସିନାହିଁ | କେଉଁଠି ଶବ
ବ୍ୟବଛେଦ ହେଇପାରିନଥିବା ଖବର ଥିଲା ସମାଧାନ ହୋଇଯାଇଛି | ସ୍ଥିତିକୁ
ନିରୀକ୍ଷଣ କରୁଛୁ ବୋଲି ସେ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା