
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ଅମରନାଥ
ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶ୍ରଦ୍ଧା, ଭକ୍ତି ଓ ଆସ୍ଥାର ପବିତ୍ର ପର୍ବ
ଶ୍ରୀ ଅମରନାଥ ଯାତ୍ରାର ଶୁଭାରମ୍ଭରେ ସମସ୍ତ ଶ୍ରଦ୍ଧାଳୁଙ୍କ ହାର୍ଦ୍ଦିକ ଶୁଭକାମନା । ବାବା
ବର୍ଫାନୀଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତ ଭକ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ଆଗମନ
ହେଉ, ଏହାହିଁ ପ୍ରାର୍ଥନା ଅଟେ । ଜୟ ବାବା ଅମରନାଥ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା