
କେନ୍ଦ୍ରାପଡା-03 ଜୁଲାଇ (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ରଘୁରାମ ଆୟର ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତଥୋଅବଧ।ନ ରେ କେନ୍ଦ୍ରାପଡ଼ା ଜିଲ୍ଲା ର କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ ଓ ଡେରାବିଶ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବଡହାଟ ଗ୍ରାମର ହରେକୃଷ୍ଣ ବେହେରା ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ, ଗୁଲନଗର ଗ୍ରାମର ଅଶୋକ ମଳିକଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଓ ଜଳଧର ସେଠୀଙ୍କ ଠାରୁ ୧୦ ଲିଟର ଦେଶୀ ରନ୍ଧା ମଦ, ଠାକୁରହାଟ ଗ୍ରାମର ଅମର ସେଠୀଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ, ବେଲାରପୁର ଗ୍ରାମର କାହ୍ନୁ ଚରଣ ବେହେରାଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ ଏବଂ ବେଲାରପୁର ଗ୍ରାମର ଆଦୀପ୍ତ କରଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାକ୍ଷରୁ ସମୁଦାୟ ୧୨୬ ଲିଟର ବିଦେଶୀ ଓ ଦେଶୀ ରନ୍ଧା ମଦ ଜବତ କରାଯାଇ ୦୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି