
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ନବୀନ ପଟ୍ଟନାୟକ
ଓ ପାଣ୍ଡିଆନଙ୍କୁ କୋର୍ଟ ନୋଟିସ ପ୍ରସଙ୍ଗରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ପ୍ରତିକ୍ରିୟା ରଖିଛନ୍ତି।
ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଓକିଲ ଜରିଆରେ ତାହାର ଜବାବ ଦେବେ କୋର୍ଟ କାହିଁକି ଯିବେ ।
ସେ କଣ ଅପରାଧ କରିଛନ୍ତି କି । ହତ୍ୟା କରିଛନ୍ତି ନା ଧର୍ଷଣ କରିଛନ୍ତି ନା ସରକାରୀ ସମ୍ପତି ଲୁଟ
କରିଛନ୍ତି । ସେ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି । ବ୍ୟବହାର କରି କଣ କୁଆଡ଼େ ପିକନିକ
ଯାଇଥିଲେ ନା କୁଆଡ଼େ ବୁଲିବାକୁ ଯାଇଥିଲେ । ଲୋକଙ୍କ ପାଖକୁ ଯାଇଛନ୍ତି ଲୋକଙ୍କ ଗୁହାରୀ
ଶୁଣିବାକୁ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଯାଇଛନ୍ତି । ସରକାରୀ ପ୍ରକଳ୍ପ ଲୋକାର୍ପଣ ଓ
ଶିଳାନ୍ୟାସ କରିବାକୁ ଯାଇଛନ୍ତି । ସରକାରୀ କାର୍ଯ୍ୟକ୍ରମ ର ସମୀକ୍ଷା କରିବାକୁ ଯାଇଛନ୍ତି ।
ତାହା ଅପରାଧ ନୁହେଁ । କୋର୍ଟ ରେ କିଏ ମକଦ୍ଦମା ରୁଜ୍ଜୁ କରିଛନ୍ତି କୋର୍ଟ ସେହି ଆଧାରରେ ନୋଟିସ
କରିଛନ୍ତି । ଓକିଲ ଜରିଆରେ ଜବାବ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା