
ଭୁବନେଶ୍ୱର, ୦୩ ଜୁଲାଇ (ହି.ସ)- ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ରୋକିବାକୁ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୃତ୍ରିମ ବନ୍ୟା ହେଉଥିବା୧୦ ସହରର ତାଲିକା ଦେବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକ ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ୧୦ ସହରାଂଚଳକୁ ଡ୍ରେନେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଅର୍ଥ ମଞ୍ଜୁର କରିବୁ। ୫୮୦ କିମି ଦୀର୍ଘ ଉପକୂଳକୁ ନବୀକରଣ କରାଯାଇ ଆଗୁଆ ସୂଚନା ଦେବୁ। ସୁନାମୀ ଆଶଙ୍କା ଭିତରେ ଓଡ଼ିଶା ବି ଅଛି। ସମୁଦ୍ର ତଟବର୍ତୀ ୩୮୧ଟି ଗାଁର ଲୋକଙ୍କୁ ସଚେତନ କରିବୁ। ଭୂସ୍ଖଳନ ରୋକିବାକୁ ଡିପିଆର ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା