
ଆନନ୍ଦପୁର, ୪ ଜୁଲାଇ (ହି.ସ.)- ଭାରସାମ୍ୟ ହରାଇ ଗଛରେ ଧକ୍କାଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଜଣକର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆନନ୍ଦପୁର ପୌରାଚଂଳ ଅଧିନ ଘସିପୁରା ପେଟ୍ରୋଲ ପମ୍ପ ଛକ ଠାରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାନୁସାରେ, ଶନିବାର ଭୋର୍ ସମୟରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ଭଦ୍ରକ ଅଭିମୁଖେ ଯାଉଥିବା ଏହି ଘରୋଇ ଯାତ୍ରୀବାହି ବସ୍ ଭାରସାମ୍ୟ ହରାଇ ପେଟ୍ରୋଲ ପମ୍ପ ଛକ ନିକଟରେ ଥିବା ଏକ ଗଛକୁ ଧକ୍କା ଦେଇଛି । ଫଳରେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଗାଡିର ହେଲପର ଗୁରୁତର ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକ ଓ ଅନ୍ୟ ଯାତ୍ରୀମାନଙ୍କ ସହାୟତାରେ ଆନନ୍ଦପୁର ମେଡିକାଲରେ ଭର୍ତି କରାଯାଇଛି । ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । କିପରି ଓ କେଉଁ ପରିସ୍ଥିତିରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ଛାନଭିନ୍ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ