ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ପ୍ରଣାମ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ପ୍ରଣାମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯୁବସମାଜର ପ୍ରେରଣାର ଉତ୍ସ, ମହାନ ଦାର୍ଶନିକ ଓ ଆଧ୍ୟାତ୍
ସ୍ୱାମୀ ବିବେକାନନ୍ଦଙ୍କ     ପୁଣ୍ୟତିଥିରେ ତାଙ୍କୁ ପ୍ରଣାମ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ସ୍ୱାମୀ

ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ପ୍ରଣାମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯୁବସମାଜର

ପ୍ରେରଣାର ଉତ୍ସ, ମହାନ ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତକ ସ୍ୱାମୀ ବିବେକାନନ୍ଦଜୀଙ୍କ

ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି।

ନିଜର ଓଜସ୍ୱୀ ଚିନ୍ତାଧାରା

ମାଧ୍ୟମରେ ସ୍ୱାମୀ ବିବେକାନନ୍ଦଜୀ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାକୁ ବିଶ୍ୱ

ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ତାଙ୍କର ଜୀବନ ଆମକୁ ଆତ୍ମବିଶ୍ୱାସ, ରାଷ୍ଟ୍ରପ୍ରେମ

ଏବଂ ମାନବସେବାର ପଥରେ ଆଗେଇ ଚାଲିବା ପାଇଁ ସଦା ପ୍ରେରଣା ଯୋଗାଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande