
ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ସ୍ୱାମୀ
ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ରାଷ୍ଟ୍ରଭକ୍ତ, ଭାରତୀୟ ସଂସ୍କୃତିର ପ୍ରଚାରକ, ଯୁବ ବର୍ଗଙ୍କ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ
ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ। ମାନବ ସେବା ହିଁ ମାଧବ ସେବା ଏହି ମନ୍ତ୍ରକୁ ସାର୍ଥକ କରିବା
ପାଇଁ ସେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ, ଯାହା ଆଜି ସାରା ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସେବା କାର୍ଯ୍ୟରେ ନିୟୋଜିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା