
ନୂଆଦିଲ୍ଲୀ, ଅଗଷ୍ଟ ୦୧ (ହି.ସ.) - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୭ ତାରିଖରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହର ଉଦଘାଟନ କରିବେ। କେନ୍ଦ୍ର ବୟନ ମନ୍ତ୍ରଣାଳୟ ଅନୁଯାୟୀ, ଜାତୀୟ ସ୍ତରରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ପାଳନ କରିବା ଏବଂ ଦେଶର ସାମାଜିକ-ଅର୍ଥନୈତିକ ବିକାଶରେ ବୁଣାକାର ସମ୍ପ୍ରଦାୟର ଅମୂଲ୍ୟ ଅବଦାନକୁ ସମ୍ମାନ ଦେବା। ଭାରତର ବିବିଧ ହସ୍ତତନ୍ତ ପରମ୍ପରା ପ୍ରତି ସମର୍ପିତ ୪ଟି ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ କରାଯିବ। ଏହି କାର୍ଯ୍ୟକ୍ରମରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପୁସ୍ତକ-ଆର୍ଥ, ରୁଟ୍, ଥ୍ରେଡ୍-ଅଲ ଡାଇଡ୍ ହ୍ୟାଣ୍ଡଲୁମ ଟେକ୍ସଟାଇଲ୍ସ ଅଫ୍ ସେଂଟ୍ରାଲ ଇଣ୍ଡିଆ ଏବଂ ହ୍ୟାଣ୍ଡଲୁମ ଆୱାର୍ଡ ବୁକ୍ ୨୦୨୫ ଉନ୍ମୋଚନ କରାଯିବ। ଏହି ସମାରୋହରେ ୨୦୨୫ ବର୍ଷ ପାଇଁ ଉତ୍କୃଷ୍ଟ କାରିଗରୀ ଏବଂ ନବସୃଜନ ପାଇଁ ମୋଟ ୨୨ଟି ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରେ ରହିଛି ୩ଟି ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ୧୯ଟି ଜାତୀୟ ହସ୍ତତନ୍ତ ପୁରସ୍କାର। ପର୍ଯ୍ୟଟକମାନଙ୍କ ପାଇଁ ପୁରସ୍କାର ପ୍ରାପ୍ତ ହସ୍ତତନ୍ତ ଉତ୍ପାଦଗୁଡ଼ିକର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ଏହା ବ୍ୟତୀତ ପାରମ୍ପରିକ 'କାନି ବୁଣା ଏବଂ' ୱାଲ୍ ହ୍ୟାଙ୍ଗିଂ ୱିଭିଂ ର ଲାଇଭ୍ ପ୍ରଦର୍ଶନ ମଧ୍ୟ ହେବ। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ, ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗରୀଟା, ବୟନ ଶିଳ୍ପ ସଚିବ ନୀଲମ ଶାମି ରାଓ ଏବଂ ବିକାଶ କମିଶନର (ହସ୍ତତନ୍ତ) ଡ. ଏମ. ବୀନାଙ୍କ ସମେତ ସାରା ଦେଶର ଅନେକ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ଏବଂ ବୁଣାକାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ