
ନୂଆଦିଲ୍ଲୀ, ୦୧ ଅଗଷ୍ଟ (ହି.ସ.)- କଂଗ୍ରେସ ମହାସଚିବ (ଯୋଗାଯୋଗ) ଜୟରାମ ରମେଶ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିଜକୁ ପୀଡ଼ିତ ବୋଲି ଦେଖାଇବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ମାମଲାରେ ଦେଶବାସୀଙ୍କୁ କ୍ଷମା ମାଗିବା ପରିବର୍ତେ ନିଜକୁ ପୀଡ଼ିତ ବୋଲି ଦେଖାଇବାକୁ ଚେଷ୍ଟା କରୁଛନ୍ତି।
ଜୟରାମ ରମେଶ ଏକ୍ସରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜ ବିରୋଧୀମାନଙ୍କ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ବିଷୟରେ ଅଶୋଭନୀୟ ଟିପ୍ପଣୀ କରନ୍ତି ଏବଂ ମିଥ୍ୟା ଅଭିଯୋଗ ଲଗାଇ ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତି।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଏନ୍.ଟି.ଏ.ରେ ହୋଇଥିବା ପେପର ଲିକ୍, ଛାତ୍ରଛାତ୍ରୀଙ୍କ ପ୍ରତିବାଦ ପ୍ରଦର୍ଶନ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ, ରାମମନ୍ଦିର ଟ୍ରଷ୍ଟ ସହ ଜଡ଼ିତ ବିବାଦ ଏବଂ ନୋଟବନ୍ଦୀ ପରି ନିଷ୍ପତି ପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ