୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ସସ୍ତା, ଜେଟ୍ ଇନ୍ଧନ ଦର ବୃଦ୍ଧି
ନୂଆଦିଲ୍ଲୀ, ୦୧ ଅଗଷ୍ଟ (ହି.ସ.)- ସରକାରୀ ତେଲ ବିପଣନ କମ୍ପାନୀମାନେ ଆଜି ଗ୍ୟାସ ଉପଭୋକ୍ତାଙ୍କୁ ରାହତ ଦେଇ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମାଇଛନ୍ତି। ଅନ୍ୟପଟେ, ବିମାନ ଯାତ୍ରୀଙ୍କ ଉପରେ ମହଙ୍ଗାଇର ଭାର ବଢ଼ାଇ ଏଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ) ଅର୍ଥାତ୍ ଜେଟ
୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ସସ୍ତା, ଜେଟ୍ ଇନ୍ଧନ ଦର ବୃଦ୍ଧି


ନୂଆଦିଲ୍ଲୀ, ୦୧ ଅଗଷ୍ଟ (ହି.ସ.)- ସରକାରୀ ତେଲ ବିପଣନ କମ୍ପାନୀମାନେ ଆଜି ଗ୍ୟାସ ଉପଭୋକ୍ତାଙ୍କୁ ରାହତ ଦେଇ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମାଇଛନ୍ତି। ଅନ୍ୟପଟେ, ବିମାନ ଯାତ୍ରୀଙ୍କ ଉପରେ ମହଙ୍ଗାଇର ଭାର ବଢ଼ାଇ ଏଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ) ଅର୍ଥାତ୍ ଜେଟ୍ ଇନ୍ଧନର ଦର ବଢ଼ାଇ ଦିଆଯାଇଛି। ଏହି ଦୁଇଟି ଉତ୍ପାଦ ବ୍ୟତୀତ ଅନ୍ୟ କୌଣସି ପେଟ୍ରୋଲିୟମ ଉତ୍ପାଦର ଦରରେ କୌଣସି ପରିବର୍ତନ କରାଯାଇନି। ଏଲପିଜି ଗ୍ୟାସ କ୍ଷେତ୍ରରେ ମଧ୍ୟ କେବଳ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦର କମାଯାଇଛି, ଘରୋଇ ବ୍ୟବହାର ପାଇଁ ଥିବା ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର (ରୋଷେଇ ଗ୍ୟାସ)ର ଦରରେ କୌଣସି ପରିବର୍ତନ କରାଯାଇନି।

ଅଗଷ୍ଟର ପ୍ରଥମ ଦିନ ଦେଶର ତେଲ ବିପଣନ କମ୍ପାନୀମାନେ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମାଇଛନ୍ତି। ଏହି ହ୍ରାସ ପରେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟରେ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡର ୧୯୨ ଟଙ୍କାରୁ ୨୦୯ ଟଙ୍କା ପର୍ଯ୍ୟନ୍ତ ସସ୍ତା ହୋଇଛି। ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦରରେ ସବୁଠାରୁ କମ୍ ୧୯୨ ଟଙ୍କାର ହ୍ରାସ ଦିଲ୍ଲୀରେ ହୋଇଥିବାବେଳେ କୋଲକାତାରେ ସର୍ବାଧିକ ୨୦୯ ଟଙ୍କାର ହ୍ରାସ ହୋଇଛି।

ତେଲ ବିପଣନ କମ୍ପାନୀ ଅନୁସାରେ, ଦର ହ୍ରାସ ପରେ ଦିଲ୍ଲୀରେ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡର ୧୯୨ ଟଙ୍କା ସସ୍ତା ହୋଇ ୨,୯୩୦ ଟଙ୍କା ପରିବର୍ତେ ୨,୭୩୮ ଟଙ୍କାରେ ମିଳୁଛି। ସେହିପରି ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡର ୧୯୪ ଟଙ୍କା ସସ୍ତା ହୋଇ ୨,୮୮୫.୫୦ ଟଙ୍କା ପରିବର୍ତେ ୨,୬୯୧.୫୦ ଟଙ୍କାରେ ମିଳୁଛି। କୋଲକାତାରେ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦରରେ ୨୦୯ ଟଙ୍କାର ହ୍ରାସ ହୋଇଛି। କୋଲକାତାରେ ଆଜିଠାରୁ ୧୯ କିଲୋଗ୍ରାମ ବିଶିଷ୍ଟ ଏଲପିଜି ଗ୍ୟାସ ସିଲିଣ୍ଡର ୩,୦୮୧.୫୦ ଟଙ୍କା ପରିବର୍ତେ ୨,୮୭୨.୫୦ ଟଙ୍କାରେ ମିଳୁଛି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande