
ଶ୍ରୀନଗର, ୦୧ ଅଗଷ୍ଟ (ହି.ସ.)- ଶନିବାର ଉପରାଜ୍ୟପାଳ ମନୋଜ ସିହ୍ନା କର୍ତବ୍ୟ ପାଳନ ସମୟରେ ଶହୀଦ ହୋଇଥିବା ଜମ୍ମୁ-କାଶ୍ମୀର ପୁଲିସ ଇନ୍ସପେକ୍ଟର ମସରୂର ଅଲି ୱାନୀଙ୍କ ପତ୍ନୀ ଇନ୍ଶା ନଜୀରଙ୍କୁ ଅନୁକମ୍ପାମୂଳକ ଆଧାରରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଉପରାଜ୍ୟପାଳ ଇନ୍ସପେକ୍ଟର ମସରୂର ଅଲି ୱାନୀଙ୍କ ସର୍ବୋଚ୍ଚ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ସେ ଭବିଷ୍ୟତରେ ପ୍ରଶାସନ ପକ୍ଷରୁ ପରିବାରକୁ ସମସ୍ତ ସମ୍ଭବ ସହାୟତା ଏବଂ ସହଯୋଗର ଆଶ୍ୱାସନ ମଧ୍ୟ ଦେଇଛନ୍ତି। ଏହି ନିଯୁକ୍ତି ଅନୁକମ୍ପାମୂଳକ ଆଧାରରେ ସରକାରଙ୍କ ସେହି ପ୍ରତିବଦ୍ଧତା ଅନୁଯାୟୀ କରାଯାଇଛି, ଯାହା ଅନୁସାରେ ସେବାକାଳୀନ ସମୟରେ ପ୍ରାଣ ବଳିଦାନ ଦେଇଥିବା ସୁରକ୍ଷାକର୍ମୀମାନଙ୍କ ଆଶ୍ରିତଙ୍କୁ ସହାୟତା ପ୍ରଦାନ କରାଯାଏ।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ