
ନୋଏଡ଼ା, ୧ ଅଗଷ୍ଟ (ହି.ସ.)- ନୋଏଡାର ସେକ୍ଟର ୧୬୮ ରେ ରହୁଥିବା ଜଣେ ନାବାଳିକା, ଯିଏକି ରାଜଧାନୀ ନୂଆଦିଲ୍ଲୀର ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏକ ବିକ୍ଷୋଭ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମାଆଙ୍କୁ ଅପଶବ୍ଦ କହିଥିଲେ । ସେ ଆଜି ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି ।
ନାବାଳିକା ଜଣକ ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ସେ ଜନ୍ତର ମନ୍ତରରେ ଆୟୋଜିତ ଧାରଣାରେ ବସିବାକୁ ଯାଇଥିଲେ । ଉପସ୍ଥିତ ସମସ୍ତ ଲୋକ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରୁଥିଲେ । ଭାବବିହ୍ୱଳ ହୋଇ ସେ କିଛି ଅପମାନଜନକ ଶବ୍ଦ ମଧ୍ୟ କହିଥିଲେ ଯାହା ଅତ୍ୟନ୍ତ ଖରାପ ଥିଲା । ସେ ଏପରି କରିବା ଉଚିତ୍ ନଥିଲା । ଭିଡ଼ିଓ ବାର୍ତାରେ ସେ ପ୍ରଧାନମନ୍ତ୍ରୀ ଏବଂ ଦେଶବାସୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି ଏବଂ କହିଛନ୍ତି, ମୋର ବୟସ ୧୫ ବର୍ଷ । ମୋ ଦ୍ୱାରା ଭୁଲ୍ ହୋଇଯାଇଛି । ମୁଁ ବହୁତ ଭୁଲ୍ କରିଛି ।
ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଯେ, ଧାରଣାରେ ବସିବା ସମୟରେ ତାଙ୍କୁ ଏବଂ ତାଙ୍କ ମାଆଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ସେ କ୍ଷମା କରିଦେଇଛନ୍ତି । ସେ କହିଥିଲେ ଯେ ପିଲାମାନେ ଭୁଲ୍ କରିଥାନ୍ତି । ସେମାନଙ୍କୁ କୋର୍ଟ ଦଉଡାଇବା ବଦଳରେ ସଠିକ୍ ପଥରେ ଆଣିବା ଆମର କର୍ତବ୍ୟ । ସେ କହିଛନ୍ତି ଯେ, ଅପଶବ୍ଦ କହୁଥିବା ଲୋକଙ୍କୁ ସେ କ୍ଷମା କରନ୍ତି ।
ଜୁଲାଇ ୨୯ ତାରିଖରେ ଗାଜିଆବାଦର ବାସିନ୍ଦା ତେଜେନ୍ଦ୍ର ସିଂହଙ୍କ ପତ୍ନୀ ଶ୍ରୀମତୀ ସ୍ମୃତି ସିଂହ ପୋଲିସ ଷ୍ଟେସନ ଏକ୍ସପ୍ରେସୱେରେ ଏକ ମାମଲା ଦାୟର କରିଥିଲେ । ଏଥିରେ କୁହାଯାଇଛି ଯେ, ସେକ୍ଟର ୧୬୮ର ଲୋଟସ୍ ଜିଙ୍ଗ ସୋସାଇଟିରେ ରହୁଥିବା ଏହି କିଶୋରୀ ଜଣକ ଜୁଲାଇ ୩୦ ତାରିଖରେ ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ୱର୍ଗତ ମାଆଙ୍କ ପାଇଁ ଅପମାନଜନକ ଏବଂ ଆପତିଜନକ ଭାଷା ବ୍ୟବହାର କରିଥିଲେ, ଯାହା ସାମ୍ବିଧାନିକ ପଦବୀର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ