ସୋମବାର ଦିନ ଦିଲ୍ଲୀରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୦୧ ଅଗଷ୍ଟ(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନୂଆଦିଲ୍ଲୀର ଲାଜପତ ଭବନରେ ରାଷ୍ଟ୍ର ନିର୍ମାତା, ମହାନ ସାମାଜିକ କର୍ମୀ, ଶିକ୍ଷାବିତ୍ ଏବଂ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରିବେ। ଲୋକସେବକ ମଣ୍ଡଳ ଦ୍ୱାରା ଆୟୋଜିତ ଏହି କାର୍ଯ
ସୋମବାର ଦିନ ଦିଲ୍ଲୀରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରିବେ ରାଷ୍ଟ୍ରପତି


ନୂଆଦିଲ୍ଲୀ, ୦୧ ଅଗଷ୍ଟ(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନୂଆଦିଲ୍ଲୀର ଲାଜପତ ଭବନରେ ରାଷ୍ଟ୍ର ନିର୍ମାତା, ମହାନ ସାମାଜିକ କର୍ମୀ, ଶିକ୍ଷାବିତ୍ ଏବଂ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରିବେ। ଲୋକସେବକ ମଣ୍ଡଳ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ସକାଳ ୧୧ଟା ୧୫ ମିନିଟରେ ଅନୁଷ୍ଠିତ ହେବ।

ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ମୁର୍ମୁ ନୂଆଦିଲ୍ଲୀରେ ସ୍ଥାପିତ ଗୋପବନ୍ଧୁ ଦାସଙ୍କ ପ୍ରଥମ ପ୍ରତିମୂର୍ତିକୁ ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ, ସାଂସଦ, ବିଭିନ୍ନ ରାଜ୍ୟର ଜନ ପ୍ରତିନିଧି, ଶିକ୍ଷାବିତ୍, ସାମାଜିକ କର୍ମୀ, ପ୍ରବୁଦ୍ଧ ନାଗରିକ ଏବଂ ପଦାଧିକାରୀ ତଥା ଲୋକସେବା ଆୟୋଗର ସଦସ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିବେ।

ଲୋକସେବକ ମଣ୍ଡଳର ଜାତୀୟ ସଭାପତି ରାଜକୁମାର ଚୋପ୍ରା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଗୋପବନ୍ଧୁ ଦାସଙ୍କ ସେବା, ଶିକ୍ଷା, ସାମାଜିକ ସମର୍ପଣ ଏବଂ ଜନକଲ୍ୟାଣର ଆଦର୍ଶକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ଏବଂ ତାଙ୍କ ଜୀବନ ଏବଂ କାର୍ଯ୍ୟ ଦ୍ୱାରା ନୂତନ ପିଢ଼ିକୁ ପ୍ରେରଣା ଦେବା। ସେ କହିଥିଲେ ଯେ ଗୋପବନ୍ଧୁ ଦାସଙ୍କ ଅବଦାନକୁ ସ୍ମରଣ କରିବା ଏବଂ ତାଙ୍କ ବିଚାରକୁ ସମାଜର ବ୍ୟାପକ ବର୍ଗଙ୍କ ନିକଟରେ ପହଂଚାଇବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande