
ନୂଆଦିଲ୍ଲୀ, 01 ଅଗଷ୍ଟ (ହି.ସ.) : ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଡ଼ା. ସୁରେନ୍ଦ୍ର ଜୈନ ସଂସଦ ଭବନ ପରିସରରେ ବିରୋଧୀ ଦଳର ସାଂସଦମାନଙ୍କ ଦ୍ୱାରା ସନ୍ଥ ବେଶ ଧାରଣ କରି କରାଯାଇଥିବା ଅସମ୍ମାନଜନକ ପ୍ରଦର୍ଶନ ଉପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ଏହାକୁ ସନାତନ ଧର୍ମ, ପୂଜ୍ୟ ସାଧୁ-ସନ୍ଥ ମାନଙ୍କ ଏବଂ ସମଗ୍ର ହିନ୍ଦୁ ସମାଜର ଧାର୍ମିକ ଭାବନାଙ୍କୁ ସିଧାସଳଖ ଅପମାନ ଓ ଅନାଦର ବୋଲି ବର୍ଣ୍ଣନା କରିଛନ୍ତି।
ଡ଼. ଜୈନ କହିଛନ୍ତି ଯେ କଂଗ୍ରେସ ସମର୍ଥିତ ନିର୍ଦ୍ଦଳୀୟ ସାଂସଦ ପପ୍ପୁ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ଓ କଂଗ୍ରେସର ଅନ୍ୟାନ୍ୟ ସାଂସଦମାନଙ୍କ ଦ୍ୱାରା ସନ୍ଥ ବେଶରେ କରାଯାଇଥିବା ଏହି ପ୍ରଦର୍ଶନ ଏକ ଅତ୍ୟନ୍ତ ନିମ୍ନସ୍ତରୀୟ କାର୍ଯ୍ୟ।
ସେ କହିଥିଲେ ଯେ ଯେପରି ରାବଣ ଛଳ ଓ କପଟ ପାଇଁ ସାଧୁର ଛଦ୍ମ ବେଶ ଧାରଣ କରିଥିଲା, ସେହିପରି ଏହି ନେତାମାନେ ଧାର୍ମିକ ପ୍ରତୀକମାନଙ୍କୁ ଦୁରୁପଯୋଗ କରି ହିନ୍ଦୁ ଆସ୍ଥାକୁ ଆଘାତ କରିବାକୁ ଚେଷ୍ଟା କରୁଛନ୍ତି।
ସେ ଆଉ କହିଛନ୍ତି ଯେ ବିରୋଧୀ ଦଳମାନଙ୍କର ହିନ୍ଦୁ ବିରୋଧୀ ମନୋଭାବ ନୂଆ କଥା ନୁହେଁ। ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ବାଧା ସୃଷ୍ଟି କରିବାରୁ ଆରମ୍ଭ କରି ଏପର୍ଯ୍ୟନ୍ତ, ସେମାନେ ସନାତନ ଆସ୍ଥାକୁ ଟାର୍ଗେଟ କରିଆସୁଛନ୍ତି। ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ ଉତ୍ପନ୍ନ ହୋଇଥିବା ନିରାଶା ଓ ହତାଶା କାରଣରୁ ସେମାନେ ଏପରି କରୁଛନ୍ତି । ହିନ୍ଦୁ ସମାଜ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ । କିନ୍ତୁ ହିନ୍ଦୁ ସମାଜକୁ ନିଜର ଭାଷାଗତ ଓ ସାମ୍ବିଧାନିକ ମର୍ଯ୍ୟାଦାର ସୀମା ବାହାରକୁ ଯିବାକୁ ବାଧ୍ୟ ନ କରା ଯାଉ ବୋଲି ସେ ସଚେତ କରାଇଛନ୍ତି ।
ଡ଼. ଜୈନ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ଯଦି ଏହି ନେତାମାନଙ୍କ ପାଖରେ ସାହସ ରହିଛି, ତେବେ ସେମାନେ ଅନ୍ୟ କୌଣସି ଧର୍ମର ଧର୍ମଗୁରୁ କିମ୍ବା ମୌଲବୀଙ୍କ ବେଶ ଧାରଣ କରି ସେମାନଙ୍କ ପ୍ରତୀକକୁ ଉପହାସ କରିଦେଖାନ୍ତୁ। ଏପରି କରିବା ସହିତ ରାସ୍ତାରେ ତୀବ୍ର ପ୍ରତିବାଦ ଦେଖାଯିବ ଏବଂ ସେମାନଙ୍କ ପାଇଁ ବାହାରିବା କଷ୍ଟସାଧ୍ୟ ହେବ।
ବିଶ୍ୱ ହିନ୍ଦୁ ପରିଷଦ ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ ଜୋରଦାର ଦାବି କରିଛି ଯେ ସଂସଦ ପରିସରରେ ଧାର୍ମିକ ପ୍ରତୀକମାନଙ୍କର ଏପରି ଅପମାନ କରିଥିବା ସାଂସଦମାନଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଏହା ସହିତ, ଏହି ଅମର୍ଯ୍ୟାଦିତ କାର୍ଯ୍ୟ ଓ ଧାର୍ମିକ ଭାବନାକୁ ଆଘାତ କରିବା ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ନିଜେ ମଧ୍ୟ ଆଇନଗତ ପଦକ୍ଷେପ ନେବାକୁ ବିଚାର କରୁଛି।
ଡ଼ ଜୈନ ସ୍ପଷ୍ଟ ସଚେତନ କରିଛନ୍ତି ଯେ ଯଦି ଏପରି କୃତ୍ୟ ଉପରେ ତୁରନ୍ତ ରୋକ ଲଗା ଯିବ ନାହିଁ , ତେବେ ଦେଶର ସାଧୁ-ସନ୍ଥ ମାନେ ଓ ସମଗ୍ର ହିନ୍ଦୁ ସମାଜର ଆକ୍ରୋଶ ଖୁବ ଶୀଘ୍ର ରାଜ ରାସ୍ତାରେ ଦେଖିବାକୁ ମିଳିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ