ଶାହ ଏନଏସଏ ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ କଲେ, ଡୋଭାଲଙ୍କ କାର୍ଯ୍ୟର କଲେ ପ୍ରଶଂସା
ମୁମ୍ବାଇ, ୦୧ ଅଗଷ୍ଟ (ହି.ସ.) - କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପୁନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ପ୍ରତିଷ୍ଠିତ ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ଅବସରରେ ଶାହ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭୀସ
ଶାହ ଏନଏସଏ ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ କଲେ, ଡୋଭାଲଙ୍କ କାର୍ଯ୍ୟର କଲେ ପ୍ରଶଂସା


ମୁମ୍ବାଇ, ୦୧ ଅଗଷ୍ଟ (ହି.ସ.) - କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପୁନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ପ୍ରତିଷ୍ଠିତ ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ଅବସରରେ ଶାହ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭୀସ ଲୋକମାନ୍ୟ ତିଲକଙ୍କ କାର୍ଯ୍ୟକୁ ସ୍ମରଣ କରିଥିଲେ ଏବଂ ଅଜିତ ଡୋଭାଲଙ୍କ ଦେଶସେବା ଓ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଶାହ ଆଜି ପୁନେରେ ଲୋକମାନ୍ୟ ତିଲକଙ୍କ ୧୦୬ତମ ପୁଣ୍ୟତିଥି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରୁଥିଲେ। ସେ ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ କରାଯାଇଥିବାରେ ଖୁସି ପ୍ରକାଶ କରି ତାଙ୍କ ସହ ପ୍ରଥମ ସାକ୍ଷାତକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ ଗୁଜରାଟରେ ବୋମା ବିସ୍ଫୋରଣ ହୋଇଥିବା ସମୟରେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ସେ ଗୁଜରାଟର ଗୃହମନ୍ତ୍ରୀ ଥିଲେ। ସେ ସେହି ଘଟଣାକୁ ସ୍ମରଣ କରିଥିଲେ, ଯେତେବେଳେ ଡୋଭାଲଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା ପରେ ପରବର୍ତୀ ନିଷ୍ପତି ନେବାକୁ କୁହାଯାଇଥିଲା। ସେ କହିଥିଲେ ଯେ ସେହି ସମୟରେ ତାଙ୍କର ଡୋଭାଲଙ୍କ ସହ ପରିଚୟ ହୋଇଥିଲା ଏବଂ ଗୁଜରାଟ ପୁଲିସ ଦେଶରେ ଘଟିଥିବା ୧୪ଟି ବୋମା ବିସ୍ଫୋରଣ ମାମଲାର ସମାଧାନ କରିଥିଲା।

ଶାହ କହିଥିଲେ ଯେ ୧୯୭୨ ମସିହାରୁ ଦେଶ ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ ସଙ୍କଟରେ ଅଜିତ ଡୋଭାଲଙ୍କ ଅବଦାନ ରହିଛି ଏବଂ ଏହାର ସମ୍ପୂର୍ଣ୍ଣ ଆକଳନ କରିବା କଷ୍ଟକର। ସେ କହିଥିଲେ ଯେ ସେ ପାକିସ୍ତାନରେ ଛଅ ବର୍ଷ ଧରି ଅତ୍ୟନ୍ତ କଠିନ ପରିସ୍ଥିତିରେ କାମ କରିଥିଲେ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲେ ଏବଂ ବିଦେଶ ନୀତି, ଜାତୀୟ ସୁରକ୍ଷା ଓ ଅନ୍ତରିକ୍ଷ ସୁରକ୍ଷା ସହ ଜଡିତ କ୍ଷେତ୍ରରେ ମଧ୍ୟ ବହୁ ବର୍ଷ ଧରି କାମ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସେ ଗତ ବାର ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କାମ କରୁଛନ୍ତି।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଆଜି ପୁନେରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକମାନ୍ୟ ତିଲକଙ୍କ ସହ ଲୋକତନ୍ତ୍ରବାଦୀ ଅନ୍ନାଭାଉ ସାଠେଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ ଯେ ମାତଙ୍ଗ ସମୁଦାୟରେ ଜନ୍ମ ନେଇଥିବା ଅନ୍ନାଭାଉ ସାଠେ ନିଜର ଛୋଟ ଜୀବନରେ ସମାଜକୁ ସଚେତନ କରିବାର ବଡ଼ କାମ କରିଥିଲେ; ସେ ଜଣେ ସମାଜ ସଂସ୍କାରକ ଓ ଲେଖକ ଥିଲେ। ସେ କହିଥିଲେ ଯେ ଲୋକମାନ୍ୟ ତିଲକଙ୍କ କାର୍ଯ୍ୟକୁ କୌଣସି ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ସମାବେଶ କରିବା ଅସମ୍ଭବ। ସେ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନର ବିଶେଷ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ ତିଲକ ଲୋକମାନଙ୍କ ମନରେ ସ୍ୱରାଜ୍ୟର ଭାବନା ଜାଗ୍ରତ କରିବା, ଗଣେଶୋତ୍ସବ ଓ ଶିବ ଜୟନ୍ତୀ ପରି ସାର୍ବଜନୀନ ପର୍ବପର୍ବାଣୀ ମାଧ୍ୟମରେ ସମାଜକୁ ଏକତ୍ର କରିବା ଏବଂ ଜାତୀୟ ଚେତନା ଜାଗ୍ରତ କରିବାର କାମ କରିଥିଲେ। ସେ କହିଥିଲେ ଯେ ତିଲକ ଜଣେ ନିର୍ଭୀକ ସାମ୍ବାଦିକ, କର୍ମଯୋଗୀ ଏବଂ ରାଷ୍ଟ୍ରବାଦୀ ଚିନ୍ତକ ଥିଲେ। ସାମ୍ବାଦିକତାର ଆଦର୍ଶ ତିଲକଙ୍କଠାରୁ ନେବା କଥା କହି ସେ ଯୁବମାନଙ୍କୁ ‘ଗୀତାରହସ୍ୟ’ ଏବଂ ଲୋକମାନ୍ୟଙ୍କ ସାହିତ୍ୟ ପଢ଼ିବାକୁ ଆହ୍ୱାନ କରିଥିଲେ।

ଶାହ ଏହା ମଧ୍ୟ କହିଥିଲେ ଯେ ପୁନେରେ ଶିକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବାରେ ତିନକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ସେ ଲୋକମାନଙ୍କୁ ଦେଶ ପାଇଁ ଶିକ୍ଷାକୁ ସମର୍ପିତ କରିବାକୁ ପ୍ରେରିତ କରିଥିଲେ। ଆତ୍ମନିର୍ଭରତା, ନିର୍ଭୀକତା ଏବଂ ସ୍ୱରାଜ୍ୟର ଧାରଣା ତିଲକଙ୍କ ଚିନ୍ତାଧାରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହି ସେ ଏହା ମଧ୍ୟ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କୁ ତିଲକଙ୍କୁ ‘ଲୋକମାନ୍ୟ’ ଭାବେ ସ୍ୱୀକାର କରିବାକୁ ପଡ଼ିଥିଲା।

ପୁରସ୍କାର ପାଇବା ପରେ ନିଜ ସମ୍ବୋଧନରେ ଏନଏସଏ ଡୋଭାଲ ଯୁବମାନଙ୍କୁ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିବାକୁ କହିଥିଲେ। ସେହି ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଭାରତ ବର୍ତମାନ ଆଭ୍ୟନ୍ତରୀଣ ଓ ବାହ୍ୟ—ଉଭୟ ପ୍ରକାରର ଚ୍ୟାଲେଞ୍ଜ ସହ ମୁକାବିଲା କରୁଛି ଏବଂ ଦ୍ରୁତ ଗତିରେ ପ୍ରଗତି ଦିଗକୁ ଅଗ୍ରସର ହେଉଛି।

---------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande