ସ୍ଵର୍ଗତା ଲିଲୁରାଣୀ ପରିଡ଼ାଙ୍କୁ ବିପୁଳ ଶ୍ରଦ୍ଧାଞ୍ଜଳି
Kendrapara କେନ୍ଦ୍ରାପଡ଼ା, 12 ଅଗଷ୍ଟ (ହି.ସ.)ପୁଣ୍ୟ ଏକାଦଶାହ ଏବଂ ଚତୁର୍ଦ୍ଦଶାହ ଅବସରରେ ଧର୍ମପ୍ରାଣା ମହିୟସୀ ମହିଳା ସ୍ଵର୍ଗତା ଲିଲୁରାଣୀ ପରିଡ଼ାଙ୍କୁ ବିପୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ପ୍ରାକ୍ତନ ସରପଞ୍ଚ ଚିତ୍ରସେନ ପରିଡ଼ା, ଗାଙ୍ଗପଡା ସରପ
ସ୍ଵର୍ଗତା ଲିଲୁରାଣୀ ପରିଡ଼ାଙ୍କୁ ବିପୁଳ ଶ୍ରଦ୍ଧାଞ୍ଜଳି


Kendrapara

କେନ୍ଦ୍ରାପଡ଼ା, 12 ଅଗଷ୍ଟ (ହି.ସ.)ପୁଣ୍ୟ ଏକାଦଶାହ ଏବଂ ଚତୁର୍ଦ୍ଦଶାହ ଅବସରରେ ଧର୍ମପ୍ରାଣା ମହିୟସୀ ମହିଳା ସ୍ଵର୍ଗତା ଲିଲୁରାଣୀ ପରିଡ଼ାଙ୍କୁ ବିପୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ପ୍ରାକ୍ତନ ସରପଞ୍ଚ ଚିତ୍ରସେନ ପରିଡ଼ା, ଗାଙ୍ଗପଡା ସରପଞ୍ଚ ଅଶ୍ଵିନୀ ପାତ୍ର, ଵାରୋ ସରପଞ୍ଚ ଗୋପୀନାଥ ମଲିକ, ସମାଜସେବୀ ରାଜେଶ ପଣ୍ଡା, ସମ୍ବିତ ଶ୍ରୀଚନ୍ଦନ, ଭାବଗ୍ରାହୀ କଳା ନିକେତନ ଓ ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ା, ଦିଲ୍ଲୀପ ପ୍ରଧାନ, ଭ୍ରମରବର ପ୍ରଧାନ, ଗୋପବନ୍ଧୁ ନାୟକ, ପ୍ରମୋଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଥମେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ସ୍ମୃତି ଚାରଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାବଗ୍ରାହୀ କଳା ନିକେତନର କଳାକାରମାନେ ଭାବପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ। ଏଥିରେ ସୁଶୀଲ ସୂତାର, ସୈ।ଭାଗିନୀ ମହାପାତ୍ର, ଉପେନ୍ଦ୍ର ପାଢ଼ୀ, ରଞ୍ଜନ ବରାଳ, ଆଶିଷ ଦାସ, ବାପୁନି, ବଳରାମ ମଲିକ, ସ୍ମୃତିରେଖା ପ୍ରିୟଦର୍ଶିନୀ, ସନ୍ତୋଷ ଦାସ, ଅମର ବିଶ୍ବାଳ, ଶ୍ରାବଣୀ ପ୍ରମୁଖ କଳାକାରମାନେ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତଜ୍ଞ ବିମଳ ପରିଡ଼ା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଗାଇଥିଲେ। ପୁଣ୍ୟ ଚତୁର୍ଦ୍ଦଶାହରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥଙ୍କ ଅଧ୍ୟକ୍ଷତାରେ ସାଧୁ ବୈଷ୍ଣବ ସେବା ଏବଂ ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ଏହି ପୁଣ୍ୟ କାର୍ୟ୍ୟକ୍ରମରେ ଫୋରଡ ଵାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ, ନିକିରାଇ ମଠ ମହନ୍ତ ଅଭୟ ଦାସ ମହାରାଜ, ବାବାଜୀ ଅଦ୍ଵୈତ ଦାସ, ବାବାଜୀ ପୀତାମ୍ବର ଦାସ, ବାବାଜୀ ଦୀନବନ୍ଧୁ ଦାସ, ସୀତାକାନ୍ତ ଜେନା, ଶେଷଦେବ ସାହୁ, ଵାନାମ୍ଵର ଜେନା ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଏହି ପୁଣ୍ୟ କାର୍ୟ୍ୟକ୍ରମକୁ ବିଜୟ ପରିଡା, ବିକ୍ରମ ପରିଡ଼ା, ବିପିନ ପରିଡ଼ା, ବିମଳ ପରିଡ଼ା, ବିକାଶ ପରିଡ଼ା, ବିଚିତ୍ରାନନ୍ଦ ପରିଡ଼ା, କୈବଲ୍ୟ ପରିଡ଼ା, ଅମିତାଭ ପରିଡ଼ା, ରାଜେନ୍ଦ୍ର ପରିଡ଼ା, ବିଶ୍ଵଜିତ ପରିଡ଼ା , ଵିଶ୍ଵପ୍ରକାଶ ପରିଡ଼ା, ବିଶାଲ ପରିଡ଼ା, ଶାଶ୍ଵତ ପରିଡ଼ା, ସ୍ଵରାଜ ପରିଡ଼ା, ବାସନ୍ତୀ ମହାପାତ୍ର, ନୃସିଂହ ମହାପାତ୍ର,ଗଙ୍ଗୋତ୍ରୀ ମହାପାତ୍ର ,ରାଧା ମୋହନ ଜେନା, ରୀତା ମହାପାତ୍ର, ବ୍ରଜ ସୁନ୍ଦର ଜେନା, ଚିଦାନନ୍ଦ ମହାପାତ୍ର ପ୍ରମୁଖ ସଫଳତାର ସହିତ ସଞ୍ଚାଳନ କରିଥିଲେ। ଶେଷରେ ବିମଳ ପ୍ରସାଦ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande