ସ୍ୱର୍ଗରଥ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ
ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ଗତକାଲି ରାତିରେ ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ଚକବନ୍ଦୀ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍ୱର୍ଗରଥ ଯାନ ଦୁର୍ଘଟଣା ଘଟିଥିଲେ ମଧ୍ୟ ୬ ଜଣ ଯାତ୍ରୀ ଅଳ୍ପକେ ବର୍ତିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଓଡି-୦୧ଡି-୧୯୦୦ ନମ୍ବରର ଏକ ସ୍ୱର୍ଗ
SWARGA RATHA ACCIDENT


ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ଗତକାଲି ରାତିରେ ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ଚକବନ୍ଦୀ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍ୱର୍ଗରଥ ଯାନ ଦୁର୍ଘଟଣା ଘଟିଥିଲେ ମଧ୍ୟ ୬ ଜଣ ଯାତ୍ରୀ ଅଳ୍ପକେ ବର୍ତିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଓଡି-୦୧ଡି-୧୯୦୦ ନମ୍ବରର ଏକ ସ୍ୱର୍ଗରଥ ୪ ଜଣ ଯାତ୍ରୀଙ୍କ ସହ ମହିଳାଙ୍କ ଶବ ସଂସ୍କାର ପାଇଁ ସୋରରୁ ପୁରୀ ସ୍ୱର୍ଗଦ୍ୱାର ଯାଉଥିଲେ। ରାତି ପ୍ରାୟ ୧୦.୩୦ ସମୟରେ ସଂପୃକ୍ତ ସ୍ଥାନରେ ଗାଡିଟି ତଳକୁ ଗଡିଯାଇ ପାଣିରେ ପଡିଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ମୂଳେ ଭଣ୍ଡାରିପୋଖରୀ ଦମକଳ ବାହିନୀ ଓ ପୁଲିସ୍ ସ୍ୱର୍ଗରଥ ଚାଳକ ଓ ହେଲପରଙ୍କ ସମେତ ୪ ଜଣ ସହବାହକ ସବିତା ସାହୁ (୪୮), ଲକ୍ଷ୍ମୀଧର ବେହେରା (୬୩), ଭିକାରୀ ବେହେରା (୭୪), କବିତା ବେହେରା (୪୩), କରୁଣାକର ବେହେରା (୪୫) ଓ ରାମନାରାୟଣ ଖାମର (୪୬)ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଭଦ୍ରକ ରେଫର କରାଯାଇଥିଲା। ସ୍ୱର୍ଗରଥ ପଛରେ ଅନ୍ୟ ଏକ ଯାନରେ ଆସୁଥିବା ମୃତକଙ୍କ ସମ୍ପର୍କୀୟମାନେ ଶବକୁ ଯାଜପୁର ଦଶ୍ୱାମେଧ ଶ୍ମଶାନରେ ଅନ୍ତିମ ସଂସ୍କାର କରି ଫେରିଯାଇଥିଲେ। ପୁଲିସ୍ ଦୁର୍ଘଟଣାଗ୍ରସ୍ତ ସ୍ୱର୍ଗରଥକୁ ଜବତ କରି ତଦନ୍ତ ଚଳାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande