ଏମ୍ସିଏଲ୍ ମୁଖ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କୁ ନ୍ୟାୟ ଦାବିରେ     ହିନ୍ଦ୍ ମଜଦୁର ସଭାର ପ୍ରତିବାଦ

ସମ୍ବଲପୁର, ୧୨, ଅଗଷ୍ଟ (ହି.ସ.) ଶ୍ରମିକ ଓ ଠିକା ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ରାଜ୍ୟ ହିନ୍ଦ ମଜଦୁର ସଭା ପକ୍ଷରୁ ଆଜି ଏମ୍ସିଏଲ୍ ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଶ୍ରମିକମାନଙ୍କ ନ୍ୟାଯ୍ୟ ଅଧିକାର ଓ ପ୍ରାପ୍ୟ ପ୍ରଦାନରେ ଏମ୍ସିଏଲ୍ କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଭିଯୋଗ କରି ସଂଗଠନ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି।

ଖଣି ଅଞ୍ଚଳରେ ପ୍ରଦୂଷଣ ରୋକିବା ସହ ସୁସ୍ଥ ପରିବେଶ ସୃଷ୍ଟି, ଅଣ୍ଡରଗ୍ରାଉଣ୍ଡ ଓ ଓପନକାଷ୍ଟ ଖଣିର ବ୍ୟାକ୍ଫିଲିଂ ଏବଂ ଖଣି ଅଞ୍ଚଳରେ ବୃକ୍ଷରୋପଣ ଦାବି ମଧ୍ୟ କରାଯାଇଛି।

ଏହାସହ ଏମ୍ସିଏଲ୍ର ସିଏସ୍ଆର୍ ପାଣ୍ଠି ଖଣି ଅଞ୍ଚଳ ଓ ପେରିଫେରିରେ ବସବାସ କରୁଥିବା ଲୋକଙ୍କ କଲ୍ୟାଣ ସହ ରାଜ୍ୟର ଆବଶ୍ୟକତା ଅନୁଯାୟୀ ବିନିଯୋଗ କରିବାକୁ ଦାବି ହୋଇଛି। ଶ୍ରମିକ ଓ ଠିକା ଶ୍ରମିକଙ୍କୁ ପୂର୍ବରୁ ଦିଆଯାଉଥିବା ଗିଫ୍ଟ କାର୍ଡ/ଭାଉଚର୍ ମଧ୍ୟ ପୁନଃ ପ୍ରଦାନ କରିବାକୁ ସଂଗଠନ ଦାବି କରିଛି। ପୂର୍ବରୁ ସ୍ଥାୟୀ ଶ୍ରମିକଙ୍କୁ ୨୦ ହଜାର ଟଙ୍କା ଏବଂ ଠିକା ଶ୍ରମିକଙ୍କୁ ୧୫ ହଜାର ଟଙ୍କାର ଗିଫ୍ଟ ଭାଉଚର୍ ଦିଆଯାଉଥିବା ବେଳେ ଚଳିତବର୍ଷ ଏହା ଦିଆଯାଇନଥିବା ଅଭିଯୋଗ ହୋଇଛି। ଏମ୍ସିଏଲ୍ରେ କାର୍ଯ୍ୟରତ ଶ୍ରମିକଙ୍କ ଅନୁପାତରେ ପର୍ଯ୍ୟାପ୍ତ କ୍ୱାର୍ଟର୍ ନଥିବା ସହ କର୍ମଚାରୀଙ୍କ ପାଇଁ ସାମାଜିକ କଲ୍ୟାଣ ଓ ୱେଲଫେୟାର୍ କାର୍ଯ୍ୟକ୍ରମ ଅଭାବ ନେଇ ମଧ୍ୟ ସଂଗଠନ ଅଭିଯୋଗ କରିଛି।

ଏହି ଦାବିଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ହିନ୍ଦ ମଜଦୁର ସଭା ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିପାଇଁ ଏମ୍ସିଏଲ୍ର ସିଏମ୍ଡି ଓ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସଂଗଠନ କହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande