ଜୁଆଡିଙ୍କ ଆକ୍ରମଣରେ ଦୁଇ କନଷ୍ଟେବଳ ଆହତ
ଗଞ୍ଜାମ, ୧୩ ଅଗଷ୍ଟ (ହି.ସ.)- ଦିଗପହଣ୍ଡି ବ୍ଳକ ଲକ୍ଷ୍ମୀ ନାରାୟଣପୁର କାଜୁ ତୋଟାରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ କେ.ନୂଆଗାଁ ଥାନା ପୁଲିସ ସଦଳବଳେ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ତେବେ ଜୁଆଡିମାନେ ଏହି ସମୟରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଦୁଇ ପୁଲିସ କର୍ମଚାରୀ ବାବୁଲା ସାହୁ ଓ
ଜୁଆଡିଙ୍କ ଆକ୍ରମଣରେ ଦୁଇ କନଷ୍ଟେବଳ ଆହତ


ଗଞ୍ଜାମ, ୧୩ ଅଗଷ୍ଟ (ହି.ସ.)- ଦିଗପହଣ୍ଡି ବ୍ଳକ ଲକ୍ଷ୍ମୀ ନାରାୟଣପୁର କାଜୁ ତୋଟାରେ ଜୁଆଆଡ୍ଡା ଚାଲିଥିବା ଖବର ପାଇ କେ.ନୂଆଗାଁ ଥାନା ପୁଲିସ ସଦଳବଳେ ଏହି ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ତେବେ ଜୁଆଡିମାନେ ଏହି ସମୟରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ଦୁଇ ପୁଲିସ କର୍ମଚାରୀ ବାବୁଲା ସାହୁ ଓ ତପନ କୁମାର ଡାକୁଆ ଆହତ ହୋଇଛନ୍ତି। ପୁଲିସ ତିନି ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ମାନେ ହେଲେ ତ୍ରିଲୋଚନ ସାହୁ, କାଳିଆ ସାହୁ ଓ ସନ୍ତୋଷ କୁମାର ସାହୁ। ପୁଲିସ, ଆଡ୍ଡାରୁ ୪ଟି ମୋବାଇଲ, ୨ଟି ଵାଇକ, ନଗଦ ୬୩ ହଜାର ୧୭୦ ଟଙ୍କା ଜଵତ କରିଛି । ଏ ସଂକ୍ରାନ୍ତରେ ଥାନାରେ ୧୭୭/୨୬ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande